ବ୍ୟାଙ୍କରେ ସୁରକ୍ଷିତ ଜମାରାଶି ନେଇ ସଚେତନତା ଶିବିର
ଢେଙ୍କାନାଳ, ୧୯/୧୨: ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ‘‘ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’” ଶୀର୍ଷକ ସଚେତନତା ଶିବିର ୟୁକୋବ୍ୟାଙ୍କ ଅଗ୍ରଣୀ ବ୍ୟାଙ୍କ ଢେଙ୍କାନାଳ ଦ୍ୱାରା ଅନୁଷ୍ଠିତ ହୋଇଯାଇଅଛି । ଏଥୁରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ଯକ୍ଷା ଅର୍ଜନା ପୁହାଣ, ଏସ୍.ଏଲ୍.ବି.ସି. ଇନ୍ଚାର୍ଜ ଲିଙ୍ଗରାଜ ନାୟକ, ଏଲ୍.ଡି.ଓ, ଆର୍ବିଆଇ ସୌସୁମୀ ସାଓ, ୟୁକୋ ବ୍ୟାଙ୍କ କଟକର ଉପ-ଆଂଚଳିକ ପରିଚାଳକ ବିଭୂତି ଭୂଷଣ ବେହେରା, ଦାବିହୀନ ଖାତାର ଅର୍ଥରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡିକରେ ଦାବିହୀନ ଖାତା ସମ୍ବନ୍ଧୀୟ ସବିଶେଷ ସୂଚନା ଜନସାଧାରଣଙ୍କୁ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ‘‘ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର’’ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ବ୍ୟାଙ୍କର କିଛି ଗ୍ରାହକମାନଙ୍କୁ ଡେଫ୍ କ୍ଲେମ୍ ସେଟେଲ୍ମେଣ୍ଟର ଚେକ୍ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ମଧ୍ଯ ଅନ୍ୟାନ୍ୟ ଇନ୍ସୁରେନ୍ସ କମ୍ପାନୀର ଅଧୁକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଶିବିରରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ଵ ଜନସାଧାରଣ ଯୋଗଦେଇଥିଲେ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ କର୍ମଚାରୀମାନେ, ଅଗ୍ରଣୀ ବ୍ୟାଙ୍କର କର୍ମଚାରୀମାନେ ଏବଂ ଢେଙ୍କାନାଳ ୟୁକୋ ବ୍ୟାଙ୍କର କର୍ମଚାରୀ ଭାସ୍କର ଜ୍ୟୋତି ମାଳି ଓ ସୁବ୍ରତ ପ୍ରଧାନ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଦେବାଶିଷ କୁଣ୍ଡୁ ପରିଚାଳନା କରିଥିଲେ ଏବଂ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।



