କାଠଗଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଢେଙ୍କାନାଳ, ୧୯/୧୨: ଚଳିତ ଶିକ୍ଷାବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଢେଙ୍କାନାଳ ମ୍ୟୁନିସିପାଲିଟି ୧ ନମ୍ବର ୱାର୍ଡ ଅନ୍ତର୍ଗତ କାଠଗଡା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅୟସକାନ୍ତ ଦାଶ ମୁଖ୍ୟ ଅତିଥୁ, ଅବସରପ୍ରାପ୍ତ ଜିଲ୍ଲା ଫଚାୟତ ଅଧିକାରୀ ନିରଞ୍ଜନ ମିଶ୍ର ମୁଖ୍ୟବକ୍ତା, ବିଧାୟକଙ୍କ ପ୍ରତିନିଧୁ ବିଭୂତି ଭୂଷଣ ଷଣ୍ଢ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟ କମିଟି ସଭାପତି ସମାୟ କଳା ଏବଂ କାଉନ୍ସିଲର ବଳରାମ ସେଠୀଙ୍କ ସହିତ ଶିକ୍ଷକ ଅନିଲ୍ ରଂଜନ ଦାସ ଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ଶୟନ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ମମତା ବେହେରା ମଂଚ ପରିଚାଳନା କରିଥିଲେ । ସହକାରୀ ଶିକ୍ଷକ ମିହିର କୁମାର ଦେହୁରୀ କ୍ରୀଡା ପରିଚାଳନା କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷା କ୍ଷେତ୍ରରେ କ୍ରୀଡା ଏକ ଅବିଛେଦ୍ୟ ଅଙ୍ଗ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

