Spread the love

ବଡ଼ବିଲ ବନ ବିଭାଗ ପକ୍ଷରୁ ବାନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତ ବଡ଼ବିଲ ବନବିଭାଗ ପକ୍ଷରୁ ବନାଞ୍ଚଳ ସ୍ତରୀୟ ବନସୁରକ୍ଷା ଓ ବନାଗ୍ନି ନିରାକରଣ ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡଦ୍ବାରା ବଡ଼ବିଲ ବନବିଭାଗ ପକ୍ଷରୁ ବଡ଼ବିଲ ଟାଉନ୍ ହଲ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କିପରି ବାନାଗ୍ନିକୁ ନିରାକରଣ କରାଯାଇ ପାରିବ ତାହାରି ଉପରେ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମନ୍ତ୍ରିତ ଅତିଥି ମାନେ କହିଥିଲେ କି କିପରି ବାନାଗ୍ନିକୁ ଯଥା ଜଙ୍ଗଲ ନିଆଁ କୁ ସମ୍ପୂର୍ଣ ଆୟତ୍ତ କରାଯାଇ ପାରିବ ସେଥିପାଇଁ ସଭାରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଓ ସ୍କୁଲ୍ ର ପିଲା ମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଆହ୍ବାନ କରିଥିଲେ ଓ ଜଙ୍ଗଲରେ ନିଆଁ ଲଗାଇବାରୁ ନିଜକୁ ନିବୃତ ରଖିବା ସହ ଅନ୍ୟ ମାନେ କିପରି ଏଥିରୁ ନିବୃତ ରହିବେ ସେଥିପ୍ରତି ସାଧାରଣ ଲୋକଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଡ଼ା ବ୍ଲକ ଜିଲ୍ଲାପରିଷଦ , ବଲାଣିଥାନା ଅଧିକାରୀ ଲମ୍ବ ବୋଡା, ବଡ଼ବିଲ ଅତିରିକ୍ତ ତହସିଲଦାର ସନ୍ତୋଷ କର ଓ ଜନ୍ସନ୍ କିଣ୍ଡୋ, ବଡ଼ବିଲ ଥାନା ଏସଆଇ କୁଲଦୀପ ପଟେଲ୍, ବଡ଼ବିଲ ଅଗ୍ନିଶମ ବିଭାଗ ଅଧିକାରୀ ପଞ୍ଚାନନ ସୋରେନ୍ ବଡ଼ବିଲ ବନାଞ୍ଚଳ ଅଧିକାରୀ ସଞ୍ଜୀବ ରାଉତ୍ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ସହିଦ୍ ରତନ ପ୍ରଧାନ ସ୍କୁଲ୍ ର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ ବଡ଼ବିଲ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *