Spread the love

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ସାଇକେଲ ଯୋଗେ ବାହାରିଲେ ରାମଲଖନ୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଦସ୍ ରେ ବାସ କରୁଥିବା ରାମଲଖନ୍ ଚୌଧୁରୀ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବଡ଼ବିଲରୁ ଅଯୋଧ୍ୟା ମୁଖେ ସାଇକେଲ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ସେ ବଡ଼ବିଲ ୱାର୍ଡ଼ ନମ୍ବର୍ ପାଞ୍ଚ ବଡ଼ବିଲ ମାର୍କେଟ ସ୍ଥିତ ଶ୍ରୀହନୁମାନ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ସାଇକେଲ ଯୋଗେ ତାଙ୍କର ଏହି ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ବଡ଼ବିଲ ବାସୀ ବହୁସଂଖ୍ୟାରେ ଶ୍ରୀହନୁମାନଙ୍କ ଉପସ୍ଥିତ ତାଙ୍କ ସହ ମିଶି ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନ ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ରାମଲଖନ୍ କହିଛନ୍ତି କି ବିଗତ ଦିନରେ ମହାନଦୀରୁ ଜଳଧରି ଏହି ସାଇକେଲ ଯୋଗେ ବାବାଧାମ୍ କୁ ଦେବାଧିଦେବ ମହାଦେବ ଙ୍କ ନିକଟକୁ ଜଳାଭିଷେକ କରିବାକୁ ଯାଇଥିଲେ ସେଥିରୁ ପ୍ରେରଣା ପାଇ ସାଇକେଲ ଯୋଗେ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଯାଇ ଦର୍ଶନ ପାଇଁ ମନ ସ୍ଥିର କରିଥିଲେ ବୋଲି ସେ କହିଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *