Spread the love

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଅନୁଗୁଳ ଜିଲ୍ଲା କମିଟି ଘୋଷଣା ,ରୁଦ୍ର ମୋହନ ସାହୁ ରାଜ୍ୟ ପରିଷଦ ସଦସ୍ୟ

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଅନୁଗୁଳ ଜିଲ୍ଲା କମିଟିକୁ ଆଜି ଘୋଷଣା କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କାନ୍ତ ଜେନା ଏହି ନୂତନ କମିଟିର ନାମ ସୂଚୀ ପ୍ରକାଶ କରିଥିବା ବେଳେ ୨୦୨୬–୨୭ ବର୍ଷ ପାଇଁ ଅନୁଗୁଳ ଜିଲ୍ଲାର ପଦାଧିକାରୀମାନଙ୍କୁ ନିର୍ବାଚିତ କରାଯାଇଛି।
ଘୋଷଣା ଅନୁଯାୟୀ, ରାଜ୍ୟ ପରିଷଦ ସଦସ୍ୟ ଭାବେ ଶ୍ରୀ ରୁଦ୍ର ମୋହନ ସାହୁ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ସଭାପତି ଭାବେ ସନାତନ କର ଦାୟିତ୍ୱ ନେବେ। ସେହିପରି ଜିଲ୍ଲା ଉପସଭାପତି ଭାବେ ସୁମନ୍ତ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ସମ୍ପାଦକ ଭାବେ ସୁଶୀଲ କୁମାର ଆଇଚ ଦାୟିତ୍ୱ ପାଇଛନ୍ତି।ଏହାସହିତ ସହ-ସମ୍ପାଦକ ଭାବେ ପ୍ରିୟବ୍ରତ ସାମଲ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ କୃତିବାସ ନାୟକ, ପ୍ରିୟ ମାଧବ ଦାସ ଓ ସୌଭାଗ୍ୟ ନାୟକ ମନୋନୀତ ହୋଇଛନ୍ତି।
ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କାନ୍ତ ଜେନା କହିଛନ୍ତି ଯେ, ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସଂଗଠିତ କରିବା ସହ ତାଙ୍କର ଅଧିକାର ସୁରକ୍ଷା, ପେଶାଗତ ଉନ୍ନତି ଓ ସମାଜ ମଧ୍ୟରେ ଡିଜିଟାଲ ସାମ୍ବାଦିକତାକୁ ଆହୁରି ଶକ୍ତିଶାଳୀ କରିବା ନିମନ୍ତେ ଏହି ନୂତନ କମିଟି କାମ କରିବ।
ନୂତନ କମିଟି ଘୋଷଣା ପରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଡିଜିଟାଲ ମିଡ଼ିଆ ସାମ୍ବାଦିକମାନେ ନବନିର୍ବାଚିତ ପଦାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *