Spread the love

୧୬ମାର୍ଚ୍ଚରେ ସଲମାନ ଖାନ ଏକ ପୋଷ୍ଟ କରି କହିଥିଲେ କି ତାଙ୍କ ଫିଲ୍‌ମର ନାଁ ଏବେ “ବ୍ୟାଟଲ ଅଫ ଗଲୱାନ’ ହେବ ନାହିଁ । ଫିଲ୍‌ମ ନାଁ ଏବେ “ମାତୃଭୂମି-ମେ ୱାର ରେଷ୍ଟ ଇନ ପିସ’ ହେବ । ମେକର୍ସ ଫିଲ୍‌ମରେ ହ୍ୟୁମନ ଏଙ୍ଗଲ ବି ରଖିବାକୁ ଚାହିଁଛନ୍ତି । ତେଣୁ ସଲମାନ ଖାନ ଏବେ ଫିଲ୍‌ମ “ମାତୃଭୂମି-ମେ ୱର ରେଷ୍ଟ ଇନ ପିସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ଏପ୍ରିଲରେ ରିଲିଜ ହେବାକୁ ଥିବା ଏହି ଫିଲ୍‌ମରେ ବହୁ ପରିବର୍ତ୍ତନ ହୋଇଛି । ମେକର୍ସ ୪୦ଦିନର ରି ଶୁଟ୍ କରୁଛନ୍ତି ।

ଗଣମାଧ୍ୟମ ରିପୋଟ୍‌ର୍ସ ଅନୁସାରେ ଟିମ୍ ଫେବୃଆରୀ ୨୦୨୬ରୁ ଫିଲ୍‌ମର କେତେକ ପାଟ୍‌ସ ରି-ଶୁଟ୍ କରୁଛନ୍ତି । ପ୍ରାୟ ୪୦ଦିନର କାମ ଯୋଜନା ହୋଇଥିଲା । ଏହି ରିଭାଇଜ୍ ରିସିଡ୍ୟୁଲରେ ନୂଆ ସିକେ୍‌ବଂସ ଶୁଟ୍ କରାଯାଇଛି । ଯେଉଁଥିରେ ନେରେଟିବକୁ ରି-ଶେପ କରାଯାଇଛି । ସବୁଠାରୁ ଅଧିକ ଚର୍ଚ୍ଚିତ ଜିନିଷ ଯାହା ଆଡ଼୍ କରାଯାଇଛି ତାହା ଚାଇନିଜ- ଭାଷାରେ ଏକ ଗୀତ ଆଡ୍ କରାଯାଇଛି । ଏହାକୁ ହିମେଶ ରେଶମିୟା କମ୍ପୋଜ୍ କରିଛନ୍ତି । ଗୀତ ଯେତେବେଳେ ଫାଇନାଲ ହୋଇଯିବ ସେତେବେଳେ ସଲମାନଙ୍କ ଉପରେ ଶୁଟ୍ କରାଯିବ ।

Leave a Reply

Your email address will not be published. Required fields are marked *