ଅନୁଗୋଳରେ ପ୍ରଥମ ପର୍ଯ୍ୟାୟ ଗୃହଗଣନା ଆରମ୍ଭ

ଅନୁଗୋଳ,୦୧.୦୪: ଆଜି ପବିତ୍ର ଓଡିଶା ଦିବସର ଶୁଭ ଅବସରରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହଗଣନା କାର୍ଯ୍ୟକ୍ରମ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଯାଇଛିl ସ୍ଵ-ଗଣନା ମାଧ୍ୟମରେ ଗୃହଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର କରିଥିଲେ।ରାଷ୍ଟ୍ରହିତରେ ସମର୍ପିତ ଏହି କାର୍ଯ୍ୟକ୍ରମରେ ଅନୁଗୋଳ ପୌରପାଳିକାର ଜନଗଣନାକାରୀମାନେ ସାମିଲ ହୋଇ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ବାସଭବନରେ ସ୍ୱ-ଗଣନାରେ ସାହାଯ୍ୟ କରିଥିଲେ l

ପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ,ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ ପ୍ରୀତିମୟ ଓ ଡେପୁଟି କଲେକ୍ଟର ତଥା ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ଶ୍ରୀ ଜୟକୃଷ୍ଣ ପାତ୍ରଙ୍କ ବାସଭବନକୁ ଯାଇ ସ୍ଵ-ଗଣନା ମାଧ୍ୟମରେ ଗୃହଗଣନା କରିବା ସମୟରେ ବିଶିଷ୍ଟ ବ୍ୟକ୍ତିବିଶେଷ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା ମଧ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ତଥା ଚାର୍ଜ ଅଫିସର ଶ୍ରୀ ସତ୍ୟପ୍ରକାଶ ତ୍ରିପାଠୀ,ଅନୁଗୋଳ ତହସିଲର ଅତିରିକ୍ତ ତହସିଲଦାର ତଥା ଅତିରିକ୍ତ ଚାର୍ଜ ଅଫିସର ସୁଶ୍ରୀ ଶ୍ରୀପାଲୀ ଭରଦ୍ୱାଜ, ଜିଲ୍ଲା କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀ ସଞ୍ଜୟ କୁମାର ଭୋଇ, ରାଜ୍ୟ ଜନଗଣନା ନିର୍ଦେଶାଳୟରୁ ଆସିଥିବା ଜିଲ୍ଲା ସଂଯୋଜକ ଶ୍ରୀ ଅମିତ ରତ୍ନମ ଓ ଶ୍ରୀ ଦୀପକ କୁମାର ଏବଂ ଜନଗଣନା ପର୍ଯ୍ୟବେକ୍ଷକ, କ୍ଷେତ୍ର ପ୍ରଶିକ୍ଷକମାନେ ସାମିଲ ହୋଇଥିଲେ l ଜିଲ୍ଲାର ସମସ୍ତ ୧୨ ଜଣ ଚାର୍ଜ ଅଫିସରମାନେ ମଧ୍ୟ ନିଜ ନିଜ ଅଂଚଳରେ ଏହି “ସ୍ଵ-ଗଣନା(ଗୃହଗଣନା)କାର୍ଯ୍ୟ ତାଙ୍କର ଜନଗଣନାକାରୀମାନଙ୍କ ମାଧ୍ୟମରେ ସୁଚାରୁ ଭାବରେ ସମ୍ପାଦନ କରିଛନ୍ତି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-8.jpg)
