Spread the love

ଠିକାଦାର,ଜେଇଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାଟିକୁଟା କେନାଲ କାମ

ଧର୍ମଗଡ଼ ( ଜାଗ୍ରତ ଭାରତ )
କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଗୋଳାମୁଣ୍ଡା ବ୍ଳକ ଅଧିନସ୍ଥ ଫୋଇରିପାଣି ଠାରେ ଥିବା କାଟି କୁଟା ଯୋଜନାର କେନାଳ କାମ ଅତି ନିମ୍ନମାନ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଶେଷ ସୂତ୍ରରୁ ଜଣାଯାଏଯେ ମରାମତି ପାଇଁ ସ୍ଥାନୀୟ ଗୋଳାମୁଣ୍ଡା, ଫୋଇରିପାଣି, ସିନାମାଲ ଅଂଚଳରେ ଶତାଧିକ ଚାଷୀ କ୍ଷୁଦ୍ର ଜଳ ବିଭାଜନ ବିଭାଗକୁ କଟି କୁଟା ଜୋଜନାର ମରାମତି ପାଇଁ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ସରକାର ତରଫରୁ କେନାଳକୁ ମରାମତି ପାଇଁ ଟଙ୍କା ମଞ୍ଜୁର ହୋଇ କାମ ଚାଲିଛି ।କେନାଳ କାମଟି ମରାମତି କରାଯାଉ ଥିବା ସମୟରେ ଯନ୍ତ୍ରୀ ଅନୁପସ୍ଥିତ ଥିବା ନେଇ ଚାଷୀ କାମ ନିମ୍ନ ମାନର ହେଉଥିବା ଅଭିଯୋଗ ଆଣି ଅସନ୍ତୋ ପ୍ରକାଶ କରିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରା ଯିବାରୁ ଯନ୍ତ୍ରୀ ଫୋନ ଉଠାଉ ନାହାନ୍ତି। ଫଳରେ ଚାଷୀ କୂଳରେ ଆନ୍ଦୋଳନର ଦାନା ବାନ୍ଧୁଛି । ସରକାରଙ୍କ ନିୟମକୁ ଏଠାରେ ଫୁ କରିଦିଆଯାଇଛି କାର୍ଯ୍ୟ ସ୍ଥଳୀରେ ସୂଚନା ଫଳକ ଲେଖିବା କଥା କିନ୍ତୁ ତାହାବି ବର୍ତ୍ତମାନ ପର୍ଯ୍ୟନ୍ତ ଉଲେଖ କରାଯାଇନାହିଁ । ଏଣୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ଶୈଳେଶ କୁମାର ଧନବାର ରାଧେ ରାଧେ ତମର ଅଧେକୁ ଆମର ଅଧେ ନିତୀ ଆପଣେଇ ଥିବା ପରି ମନେହେଉଛି। କାରଣ ବାରମ୍ବାର ତାଙ୍କ ମତାମତ ନେବା ପାଇଁ ଯେତେ ଯୋଗା ଯୋଗ କଲେ ମଧ୍ୟ ଫୋନ ଉଠାଉ ନ ଥିବା ଯୋଗୁଁ ସରକାରୀ ଅର୍ଥ ବାଟମାରଣା ହେଉଛି ବୋଲି ଅନୁମେୟ ହୁଏ ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।କାମ ଅତି ଦୁର୍ବଳ ହୋଇଥିବା ସମୟରେ ସିମେଣ୍ଟ କାମକୁ ପାଣି ମଧ୍ୟ ଠିକ ରୂପେ ଦିଆଯାଉ ନ ଥିବାରୁ କେତେକ ସ୍ଥାନରେ ଫାଟି ବାକୁ ଲାଗିଛି। ଏପରି ଠିକାଦାରଙ୍କ ମନମୁଖୀ କାମ ହୁଏ ତେବେ କାମର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ସ୍ଵଯନ୍ତ୍ର ଦୃଷ୍ଟିଦେଇ ଏହି କାମର ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅଞ୍ଚଳର ଚାଷୀ ଡମ୍ବରୁ ମୁଣ୍ଡ, ଦୟାସାଗର ଚଲାନ୍, ଅଜିତ ଚଲାନ୍, ଶରତ କୁମାର ରାଉତ, ଗୌରଚନ୍ଦ୍ର ରାଉତ, ଜଳନ୍ଦର ନାଏକ,ମୁକେଶ କୁମାର ରାଉତ, ସତ୍ୟ ନାରାୟଣ ବିଶି, ଭୂପେନ୍ଦ୍ର ରାଉତ, ମଧୁସୂଦନ ଚଲାନ୍ ପ୍ରମୁଖ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ବିରାଟ ଚାଷୀ ଆନ୍ଦୋଳନକୁ ଏଡ଼େଇ ଦିଆଯାଇ ନ ପାରେ

Leave a Reply

Your email address will not be published. Required fields are marked *