Spread the love

ଆରିୟାକମ୍ପାନୀର ଖଣିଜ ପଦାର୍ଥ ଅନଲୋଡ ସମୟରେ, ଗ୍ଲୋବାଲ୍ ଆସୋଷିଏଟ ଲୋଡର ଧକ୍କାରେ ଶ୍ରମିକ ଗୁରୁତର।

ଆରିୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀର ଖଣିଜ ପଦାର୍ଥ ଅନ୍ ଲୋଡ୍ ସମୟରେ, ଗ୍ଲୋବାଲ ଆସୋସିଏଟ ର ଲୋଡର ଧକ୍କାରେ କାର୍ଯ୍ୟରତ ଶ୍ରମିକ ଗୁରୁତର। କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଲାଣି ଥାନା ଅନ୍ତର୍ଗତ ବଲାଣି ରେଲୱେ ସାଇଡିଂ ରେ ଆରୀୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀର ଖଣିଜ ପଦାର୍ଥ ଲାଇମଷ୍ଟୋନ୍ ରେଳ ୱାଗନ୍ ରୁ ଅନଲୋଡ୍ ସମୟରେ, ଉକ୍ତ କାର୍ଯ୍ୟ କରୁଥିବା ଠିକାସଂସ୍ଥା ଗ୍ଲୋବାଲ୍ ଆସୋସିଏଟ୍ ର ଲୋଡର ଧକ୍କାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛି । ଯାହାକି ସୂଚନା ରହିଛି ଆରୀୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଓ ଠିକାସଂସ୍ଥା ଗ୍ଲୋବାଲ ଆସୋସିଏଟ୍ ର କାର୍ଯ୍ୟ ସମୟରେ ସୁରକ୍ଷାରେ ଅବହେଳା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ତେବେ ଠିକାସଂସ୍ଥା ଗ୍ଲୋବାଲ୍ ଆସୋସିଏଟ୍ କତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଏହି ଦୁର୍ଘଟଣା ଘଟି ଜଣେ ଶ୍ରମିକର ଜୀବନ ସଙ୍କଟାପର୍ଣ୍ଣ। ସୂଚନା ଅନୁଯାୟୀ ଆଜି ବଲାଣି ଥାନା ଅନ୍ତର୍ଗତ ବଲାଣି ରେଲୱେ ସାଇଡିଂ ରେ ଗ୍ଲୋବାଲ ଆସୋସିଏଟ୍ ର ଲୋଡର ଖାମଖିଆଲି ଭାବେ ଲୋଡର ଚଳାଇ ଜଣେ ଶ୍ରମିକର ବାମ ଗୋଡ଼ରେ ଚଢ଼ି ଯାଇଥିଲା, ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଆରିୟା କମ୍ପାନୀର କର୍ମଚାରୀ ଗୁରୁତର ଅବସ୍ଥାରେ ଯୁବକକୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସାପରେ ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି। କଣ ଉକ୍ତ ରେଲୱେ ସାଇଡିଂ ରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ବୈଧ କାଗଜପତ୍ର ସହ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ତାହା ଏବେ ବଡ଼ ପ୍ରନ୍ନବାଚି ସୃଷ୍ଟିହୁଏ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ବଲାଣି ପୋଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଲୋଡର କୁ ଜବତ୍ କରି ତଦନ୍ତ ଚଳାଇଥିବା ନେଇ ସୂଚନା। ତେବେ ଦୁର୍ଘଟଣା ତେବେ ଏହି ଦୁର୍ଘଟଣାରେ ଗୁରୁତର ଆହତ ଯୁବକର ଜୀବନ ଅବା ଏକ ଅଙ୍ଗ ନଷ୍ଟହୁଏ ତାର ପରିବାର ର ଭରଣ ପୋଷଣ କିଏ କରିବ ଆରୀୟା କମ୍ପାନୀ ନା ଗ୍ଲୋବାଲ ଆସୋସିଏଟ୍, ତେବେ ଏହି ଘଟଣାରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *