ଜନ୍ମଦିନରେ ଘରକୁ ଫେରିଥିଲେ ଇଞ୍ଜିନିୟର ସ୍ୱାମୀ, ପରଦିନ ମିଳିଲା ଝୁଲନ୍ତା ମୃତଦେହ… ହତ୍ୟା ଅଭିଯୋଗରେ ତଦନ୍ତ ଜୋରଦାର ବାଲେଶ୍ୱର: ପତ୍ନୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ ଘରକୁ ଆସିଥିଲେ ୩୪ ବର୍ଷୀୟ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀ। ହେଲେ ଏହି ଖୁସିର ଦିନ ପରେ ଘଟିଗଲା ଏକ ରହସ୍ୟଜନକ ମୃତ୍ୟୁ। ଘର ଭିତରୁ ମିଳିଲା ତାଙ୍କ ଝୁଲନ୍ତା ମୃତଦେହ। ଘଟଣାକୁ ନେଇ ଏବେ ହତ୍ୟା ନା ଆତ୍ମହତ୍ୟା—ଏହି ପ୍ରଶ୍ନ ଉଠିଛି। ମୃତ ରଶ୍ମିରଞ୍ଜନ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଥିବାବେଳେ କଟକରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ଜୁଲାଇ ୧୬ ତାରିଖ ରାତିରେ ସେ ପତ୍ନୀଙ୍କ ଜନ୍ମଦିନ ପାଳନ ପାଇଁ ବାଲେଶ୍ୱରସ୍ଥିତ ତାଙ୍କ...



