ବାଲେଶ୍ୱର, ୧୩/୧୨ : ବାଲେଶ୍ୱର ଜିଲ୍ଲାର କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟରୁ ତିନି ଜଣ ଶିକାରୀଙ୍କୁ ଗିରଫ କରାଯାଇଛି | ବନ ବିଭାଗ ଦ୍ୱାରା ଅଭୟାରଣ୍ୟରେ ସ୍ଥାପିତ AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କ୍ୟାମେରା ସହାୟତାରେ ଏହି ସଫଳତା ମିଳିଛି | ଗିରଫ ଶିକାରୀମାନଙ୍କ ନିକଟରୁ ପାଞ୍ଚଟି ଦେଶୀ ବନ୍ଧୁକ ଜବତ କରାଯାଇଛି | ବନ୍ୟଜନ୍ତୁ ଶିକାର ରୋକିବା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ AI କ୍ୟାମେରା ଲଗାଯାଇଥିଲା, ଯାହା ଶିକାରୀଙ୍କ ପ୍ରୟାସକୁ ବିଫଳ କରିଛି |ସୂଚନା ଅନୁଯାୟୀ, ଚଳିତ ମାସ ୨ ତାରିଖରେ ଶିକାରୀମାନେ ଅଭୟାରଣ୍ୟରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କ ଗତିବିଧି AI...




