ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ ନେଇ ମାସେ ଧରି ଚାଲିଥିବା କଳ୍ପନାଜଳ୍ପନାର ଶୁକ୍ରବାର ଅନ୍ତ ଘଟିଛି। ଅଜିତ ପାୱାରଙ୍କୁ ଅର୍ଥ ଏବଂ ଯୋଜନା ବିଭାଗର ଦାୟିତ୍ୱ ଦିଆଯାଇଥିବା ବେଳେ ଏନ୍ସିପିର ୮ଜଣଙ୍କୁ ମନ୍ତ୍ରୀପଦ ମିଳିଛି। ଛଗନ ଭୁଜବଳଙ୍କୁ ଖାଦ୍ୟ ଏବଂ ନାଗରିକ ମନ୍ତ୍ରୀପଦ ମିଳିଥିବା ବେଳେ ଦିଲୀପ ୱାଲ୍ସ ପାଟିଲଙ୍କୁ ସମବାୟ, ଆଦିତି ଟାଟକାରେଙ୍କୁ ମହିଳା ଏବଂ ଶିଶୁ ବିକାଶ, ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ଏବଂ ହାସନ ମୁଶ୍ରିଫଙ୍କୁ ସ୍ବାସ୍ଥ୍ୟ ଏବଂ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ହାତରେ ସାଧାରଣ ପ୍ରଶାସନ, ସହରାଞ୍ଚଳ ବିକାଶ, ପରିବହନ ବିଭାଗ, ସାମାଜିକ ନ୍ୟାୟ, ଜଳବାୟୁ ପରିବର୍ତ୍ତନ ଏବଂ ଖଣି ବିଭାଗର ଦାୟିତ୍ୱ ରହିଛି। ଏହା ବ୍ୟତୀତ ସେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ସମେତ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରଣାଳୟକୁ ମଧ୍ୟ ପରିଚାଳନା କରୁଛନ୍ତି।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କ ପାଖରେ ଗୃହ, ଆଇନ ଏବଂ ନ୍ୟାୟ, ଜଳ ସମ୍ପଦ ବିଭାଗ, ଶକ୍ତି ବିଭାଗ ଦ୍ୱୟିତ୍ୱ ରହିଛି। ଅନ୍ୟପକ୍ଷେ ଶିନ୍ଦେ ଦଳରୁ ୩ଟି ମନ୍ତ୍ରଣାଳୟ ଅଜିତଙ୍କ ଗୋଷ୍ଠୀକୁ ଯାଇଛି। ସେହିପରି ଭାଜପା ୬ଟି ମନ୍ତ୍ରଣାଳୟ ହରାଇଛି। ଜୁଲାଇ ୨ ତାରିଖରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇ ନ ଥିଲା।
ସୋର୍ସ news
speaker icon. orator speaking from tribune. vector flat design colorful illustration 