ତାଳଚେର ପୌରାଞ୍ଚଳ ର ବିଭିନ୍ନ ସମସ୍ୟା ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

ତାଳଚେର :ତା 5/6/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କିଛିଦିନ ପୂର୍ବେ ତାଳଚେର ଗସ୍ତ କରି ପୌରାଞ୍ଚଳ ର କାର୍ଯ୍ୟକର୍ତା ର ଆପତ୍ତି ଅଭିଯୋଗ ଶୁଣିଥିଲେ |ସାଂସଦ ଶ୍ରୀ ପାଣି ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ବାସଭବନ ରେ ପହଂଚିଥିଲେ| ସେଠାରେ ପୌର ପରିଷଦ ର 21 ନମ୍ବର ୱାର୍ଡ କାଉନ ସିଲର ଅନିତା ବିଶ୍ୱାଳ ତାଙ୍କ ୱାର୍ଡ ର ବହୁ ସମସ୍ୟା ଉପରେ ସାଂସଦ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |ସେହିପରି 8 ନମ୍ବର ୱାର୍ଡ କାଉନ ସିଲର ସନ୍ତୋଷ ବେହେରା ତାଳଚେର ପବ୍ଲିକ ସର୍ଭିସ ୟୁନିଟ ର ପୁନଃରୁଦ୍ଧାର ଉପରେ ଲିଖିତ ଭାବେ ଜଣାଇଥିଲେ |ବିଭିନ୍ନ ୱାର୍ଡ ରୁ ଆସିଥିବା କାର୍ଯ୍ୟକର୍ତା ମାନେ ୱାର୍ଡ ର ସମସ୍ୟା ସାଂସଦ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |ଜିଲ୍ଲା ସଭାପତି ଙ୍କ ସମେତ ନଗରପାଳ ପବିତ୍ର ଭୁତିଆ ଓ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |



