
ରୁଙ୍ଗଟା କମ୍ପାନୀ ଡ୍ରିଲିଙ୍ଗ ଗାଡି କୁ ବିରୋଧ ସହ କମ୍ପାନୀ ର ସହଯୋଗୀ ଙ୍କ ନାମରେ ଥାନା ରେ ଏତଲା ଦେଲେ ଗ୍ରାମବାସୀ
କିଛି ଦିନ ହେବ ରୁଙ୍ଗଟା ପ୍ରାଇଭେଟ୍ କମ୍ପାନୀ ର ଡ୍ରିଲିଙ୍ଗ ଗାଡି ବାରମ୍ବାର କିଛି କୁଚକ୍ରୀ ଲୋକଙ୍କ ସହଯୋଗ ରେ ପଂଚାୟତ ଭିତରପଶିବାକୁ ଚେଷ୍ଟା କରୁଛି। ଯାହାକୁ ନେଇ ପଂଚାୟତ ବାସୀ ଏହାକୁ ବାରମ୍ବାର ତିବ୍ର ବିରୋଧ କରି ଆସିଛନ୍ତି। ଆଜି ତା ୦୫.୦୬.୨୦୨୬ ରିଖ ଶୁକ୍ରବାର ଦିନ ଦିନ ସାଢ଼େ ୨ଟା ସମୟରେ ପୁଣି ରୁଙ୍ଗଟା କମ୍ପାନୀ ର ଡ୍ରିଲିଂ ଗାଡ଼ି କିଛି ଲୋକ ଙ୍କ ସହଯୋଗ ରେ ଜୋର୍ ଜବର୍ଦସ୍ତ୍ ଆସି ପଂଚାୟତ ଭିତରେ ପଶିବାକୁ ଚେଷ୍ଟା କରୁଥିଲା ଯାହାକୁ ଲୋକେ ପୁଣି ଆଜି ବିରୋଧ କରିବା ସହ ଡ୍ରିଲିଂ ଗାଡି କୁ ଅଟକାଇ ରଖିଛନ୍ତି। କିଛି ଲୋକ ଙ୍କ ସହଯୋଗ ପାଇ ବାରମ୍ବାର ଆସିବା ଦ୍ବାରା ଲୋକେ ଅତ୍ୟନ୍ତ ହୋଈ ପଡ଼ିଛନ୍ତି। ପରିସ୍ଥିତି କୁ ନିୟନ୍ତ୍ରଣ ବାହାରକୁ ଯିବାରୁ ତାଳଚେର ପୋଲିସ ଆସି ଲୋକଙ୍କୁ ବୁଝାଇ ଥିଲା କିନ୍ତୁ ପଂଚାୟତ ବାସୀ ଡ୍ରିଲିଙ୍ଗ ଗାଡ଼ି କୁ ଅଟକାଇ ରଖିବା ସହ ବାରମ୍ବାର ଏପରି ପରିସ୍ଥିତି ଉପୁଜୁଛି, ଗ୍ରାମର ଲୋକ ମାନଙ୍କ ବିନା ଅନୁମତି ଏବଂ କିଛି ବୈଠକ ରେ ନିଷ୍ପତି ନ ହୋଇ କାହିଁକି ବାରମ୍ୱାର ଆସୁଛି କହିଁକି ଆସୁଛି ବୋଲି କଂପାନୀ ଗାଡ଼ି କୁ ଅଟକାଇ ରଖିଛନ୍ତି। କିଛି ଦିନ ପୂର୍ବରୁ ଉପ ଜିଲ୍ଲାପାଳ, ଏସଡିପିଓ, ରୁଙ୍ଗଟା କଂପାନୀ ର କର୍ତୃପକ୍ଷ ଓ ପଂଚାୟତ ବାସୀ ଙ୍କ ଉପସ୍ଥିତି ରେ ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ହୋଇଥିଲା ଯେଉଁଥିରେ ଉପ ଜିଲ୍ଲାପାଳ ମଧ୍ୟ ଲୋକ ମାନଙ୍କ ଉପସ୍ଥିତି ରେ କଂପାନୀ କୁ କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଲୋକମାନେ ରାଜି ନ ହୋଇଛନ୍ତି ସେହି ପର୍ଯ୍ୟନ୍ତ ଡ୍ରିଲିଙ୍ଗ କାମ ହେବ ନାହିଁ। କିନ୍ତୁ ଆଜି ପୁଣି କିଛି ଲୋକ ଙ୍କ ସହଯୋଗ ରେ କମ୍ପାନୀ ଆସି ଲୋକ ଙ୍କ ଗାଁ ରେ ପଶି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଏପରି କି ଡ୍ରିଲିଙ୍ଗ କଂପାନୀ ଗାଡି ସହ କୁ ସହଯୋଗ କରି କିଛି ଲୋକ ଗ୍ରାମବାସୀ ଙ୍କୁ ଦେଖିନେବେ ବୋଲି କହିବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ତାଳଚେର ଥାନାରେ ସେମାନଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ସହ ରୁଙ୍ଗଟା କମ୍ପାନୀ ର ଡ୍ରିଲିଙ୍ଗ ଗାଡି କୁ ଜବତ କରି ତାଳବେଡା ଫାଣ୍ଡି ରେ ରଖିଛି ପୋଲିସ।



