Spread the love

ତାଳଚେର ଥର୍ମାଲରେ ଗେମ ୨୦୨୬ର ଶେଷ ଉତ୍ସବ ଅନୁଷ୍ଠିତ
ତାଳଚେର, ୧୩/୦୬ ଏନଟିପିସି ତାଳଚେର ଥର୍ମାଲ ଏହାର ପ୍ରମୁଖ ବାଳିକା ସଶକ୍ତିକରଣ ମିଶନ ଗେମ ୨୦୨୬ର ଉତ୍ସବ ସ୍ଥାନୀୟ ତରଙ୍ଗମ ହଲଠାରେ ଶେଷ ଉତ୍ସବ ପାଳନ କରିଥିଲା । ଗେମ ୨୦୨୬ କାର୍ଯ୍ୟକ୍ରମଟି ଶିକ୍ଷାଗତ, ସାଂସ୍କୃତିକ, ସୃଜନଶୀଳ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ପରି ମିଶ୍ରଣ ମାଧ୍ୟମରେ ଯୁବତୀମାନଙ୍କର ସାମଗ୍ରୀକ ବିକାଶକୁ ପ୍ରୋତ୍ସାହିତ କରିବାକୁ ଡ଼ିଜାଇନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ବିଶେଷଜ୍ଞ ସମ୍ବଳ ବ୍ୟକ୍ତିମାନେ ଯୋଗ, ଇଂରାଜୀ, ଗଣିତ, ବିଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଏବଂ ନାଟକରେ ନିୟମିତ ଶ୍ରେଣୀ ତାଲିମ ଅଧିବେଶନ ପରିଚାଳନା କରିଥିଲେ । ଶାସ୍ତ୍ରୀୟ ସମୃଦ୍ଧି ବ୍ୟତୀତ ଅଂଶଗ୍ରହଣକାରୀ ମାନଙ୍କୁ ବିଭିନ୍ନ ବ୍ୟକ୍ତିତ୍ୱ ବିକାଶ ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ସହିତ ପରିଚିତ କରାଯାଇଥିଲା । ଏକ ଆନନ୍ଦଦାୟକ ଏବଂ ସମୃଦ୍ଧି ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିବାପାଇଁ ଜନ୍ମଦିନ ପାଳନ, ଯାଦୁ ପ୍ରଦର୍ଶନ ଏକ ଶିକ୍ଷାଗତ ପ୍ରଦର୍ଶନ ଭଳି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ସୁନ୍ଦର ସାଂସ୍କୃତିକ ଏବଂ ନାଟକ ଗେମ ଝିଅମାନଙ୍କୁ ପ୍ରଦାନ କରାଯାଇଥିଲା । ଗେମ ୨୦୨୬ର ଶେଷ ଉତ୍ସବରେ ମୁଖ୍ୟ ଅତିଥି ପ୍ରତୀକ୍ଷା ରନୱାଲ, ଅନୁଗୋଳ ମନସ୍ଥାତ୍ୱିକ ପରାମର୍ଶଦାତା ବିଜୟ ଚାନ୍ଦ, ବିଭା ଅଗ୍ରୱାଲ ସଭାପତି ଲେଡ଼ିଜ କ୍ଲବ, ରୋହିତ କୁମାର ଏଜିଏମ ଏବଂ ସାଗରୀକା ଲେଡ଼ିଜ କ୍ଲବର ପଦାଧିକାରୀ, ସରପଂଚ ସହଦେବ ସାହୁ, ନିମନ୍ତ୍ରୀତ ଅତିଥି ଓ ବ୍ୟକ୍ତି ଏବଂ ସମ୍ପୃକ୍ତ ବାଳିକା ମାନଙ୍କର ଅଭିଭାବକ, ଅଭିଭାବିକା, ରାହୁଲ ଜୈନ ସମାବେଶକୁ ସମ୍ବର୍ନ୍ଧିତ କରି ଅନୁଗୋଳ ଯୁବକ, ଯୁବତୀମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ଏନଟିପିସି, ଟିଟିପିଏସ୍ ପ୍ରୟାସକୁ ପ୍ରସଂଶା କରିଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଆତ୍ମବିଶ୍ୱାସ ସହିତ ସେମାନଙ୍କ ସ୍ୱପ୍ନକୁ ଅନୁସରଣ କରିବାକୁ ଭିବଷ୍ୟତ ଅଭିବୃଦ୍ଧି ସଫଳତା ପାଇଁ ଶିକ୍ଷାଗତ ସୁଯୋଗର ସର୍ବତମ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ଖେଳରେ ଭାଗ ନେଇଥିବା ଝିଅ ମାନଙ୍କୁ ସାଇକେଲ ବଂଟନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *