ଢେଙ୍କାନାଳ (୧୩/୦୬/୨୦୨୬) : ସଦର ଥାନା ଅନ୍ତର୍ଗତ ସୋଗରପଶି ଗ୍ରାମର ରୁନୁ ନାଏକ ତାଙ୍କ ସାମୀ ବିଜୟ
ନାଏକ ସେହି ଗ୍ରାମର ବଳରାମ ନାଏକଙ୍କ ଝିଅ ଶ୍ରାବଣୀ ନାଏକଙ୍କୁ ଗତ ୨୯.୦୫.୨୦୨୬ ତାରିଖରେ ବିବାହ କରିବା ନିମନ୍ତେ ଧରି କେଉଁଆଡେ ପଳାଇ ନେଇ ଯାଇଛନ୍ତି । ଯାହା ଫଳରେ ଶ୍ରାବଣୀର ବାପା ବଳରାମ ନାଏକ, ମାଆ ସୁଷମା ନାଏକ ଓ ପୁଅଝିଅ ଏବଂ ବଡଭଉଣୀ କୌଶଲ୍ୟା ନାଏକ ମିଶି ରୁନୁ ନାଏକଙ୍କ ଘରଦ୍ଵାର ଭାଙ୍ଗି ଜୀବନରେ ମାରି ଦେବାକୁ ଘର ଭିତରେ ପଶିଥିଲେ । ରୁନୁ ୧୧୨ କୁ ଫୋନ୍ କରି ଡାକିବାରୁ ବାଡ ଭାଙ୍ଗି ଦୌଡି ପଳାଇଯାଇଥିଲେ । ଏହି ଘଟଣାର ଏକ ଲିଖିତ ଅଭିଯୋଗ ଗତ ୩୦.୦୫.୨୦୨୬ ତାରିଖରେ ସଦର ଥାନାରେ ଦେଇଥିଲେ । ସଦର ଥାନା ନ ବୁଝିବାରୁ ଢେଙ୍କାନାଳ ଏସପିଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇ ଗୁହାରୀ ଜଣାଇଥିଲେ । ପରେ ଗତ ୦୧.୦୬.୨୦୨୬ରିଖରେ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ଏ ବିଷୟରେ ପଦକ୍ଷେପ ନିଆଯାଇ ନାହିଁ । ରୁନୁଙ୍କ ପିତାମାତା ଓ ଭାଇଭଉଣୀ କେହି ନହାଁନ୍ତି । ସାମୀ ନଥୁବାରୁ ଘରେ ଛୋଟ ପିଲାକୁ ଧରି ଭୟ ବାତାବରଣରେ ରହୁଛନ୍ତି । ନ୍ୟାୟ ପାଇବା ପାଇଁ ଜିଲ୍ଲା ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ।



