Spread the love

କୋଲିୟରୀ ଥାନାରେ ଏସ୍‌ପିଙ୍କ ଅଚାନକ ଯାଞ୍ଚ, ମାମଲା ତଦନ୍ତରୁ ରେକର୍ଡ ପରିଚାଳନା ପର୍ଯ୍ୟନ୍ତ କଲେ ସମୀକ୍ଷା

ଅନୁଗୋଳ: ଥାନାର କାର୍ଯ୍ୟପ୍ରଣାଳୀ ଓ ମାମଲା ତଦନ୍ତର ଅଗ୍ରଗତି ଯାଞ୍ଚ ପାଇଁ କୋଲିୟରୀ ପୋଲିସ ଷ୍ଟେସନରେ ଅଚାନକ ପହଞ୍ଚିଥିଲେ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଏହି ଅଚାନକ ପରିଦର୍ଶନ ସମୟରେ ଥାନାର ବିଭିନ୍ନ କାର୍ଯ୍ୟକଳାପ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଏସ୍‌ପି ଥାନାରେ ବିଚାରାଧୀନ ମାମଲାଗୁଡ଼ିକର ସ୍ଥିତି ଏବଂ ସମାଧାନ ହୋଇଥିବା ମାମଲାର ଅଗ୍ରଗତି ସମ୍ପର୍କରେ ଯାଞ୍ଚ କରିଥିଲେ। ଏହାସହ ବିଭିନ୍ନ ରେକର୍ଡ, ରେଜିଷ୍ଟର ଓ ଆବଶ୍ୟକୀୟ ଦସ୍ତାବିଜର ରକ୍ଷଣାବେକ୍ଷଣ ମଧ୍ୟ ପରଖିଥିଲେ।

ପରିଦର୍ଶନ ସମୟରେ ଥାନା ପରିସରର ପରିଚ୍ଛନ୍ନତା, ସାମଗ୍ରିକ ପରିବେଶ ଏବଂ ଦୈନନ୍ଦିନ କାର୍ଯ୍ୟ ପରିଚାଳନା ବ୍ୟବସ୍ଥା ଉପରେ ମଧ୍ୟ ଏସ୍‌ପି ଗୁରୁତ୍ୱ ଦେଇଥିଲେ।

ପୋଲିସ କର୍ମଚାରୀମାନଙ୍କୁ ନିଜ କାର୍ଯ୍ୟରେ ଅଧିକ ଦକ୍ଷତା, ଦାୟିତ୍ୱବୋଧ ଓ ପାରଦର୍ଶିତା ରଖିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ମାମଲାଗୁଡ଼ିକର ଶୀଘ୍ର ତଦନ୍ତ ଓ ସମାଧାନ ସହିତ ଲୋକଙ୍କୁ ସ୍ୱଚ୍ଛ ଏବଂ ଜନକୈନ୍ଦ୍ରିକ ପୋଲିସ ସେବା ଯୋଗାଇବା ଉପରେ ସେ ଜୋର ଦେଇଥିଲେ।

ଆଇନଶୃଙ୍ଖଳା ରକ୍ଷାରେ ପୋଲିସର ଭୂମିକାକୁ ଆହୁରି ସକ୍ରିୟ ଓ ପ୍ରଭାବଶାଳୀ କରିବା ପାଇଁ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଏସ୍‌ପି ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *