କୋଦଳା ଠାରେ ଜନସେବା କେନ୍ଦ୍ରର କର୍ମଶାଳା ଅନୁଷ୍ଠିତ

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୩୦.୦୧.୨୦୨୧)-: ଆଜି ଗଞ୍ଜାମ ଜିଲ୍ଲା କୋଦଳା ସିଏସ୍ ସି ଏକାଡେମୀ ଠାରେ ବେଗୁନିଆପଡା ବ୍ଳକର ସମସ୍ତ ସିଏସ୍ ସି ର ଭି.ଏଲ୍.ଇ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସିଏସ୍ ସି ରାଜ୍ୟ ମୁଖ୍ୟ ବୀମା ଉପଦେଷ୍ଟା ସତ୍ୟ ବିକାଶ ବିଶ୍ୱାଳ ଯୋଗ ଦେଇଥିବା ବେଳେ ,ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଚାଳକ ଅମିତ ସାହୁ ଓ ଗଞ୍ଜାମ ଜିଲ୍ଲା ସଂଯୋଜକ ସୁରଜ ଚୌଧୁରୀ ଯୋଗ ଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ଜିଲ୍ଲାମାନଙ୍କରେ ଜନସେବା କେନ୍ଦ୍ର ନାମରେ ଠକାମୀ କରୁଥିବା ଲୋକଙ୍କୁ କିପରି ରୋକି ହେବ ତାହା ଉପରେ ଆଲୋଚନା କରିବା ସହ ଡିଜିଟାଲ ସେବାକୁ ପ୍ରତ୍ୟେକ ଘରେ ଘରେ କିଭଳି ସୁରୁଖୁରୁରେ ପହଁଚିପାରିବ ତା ଉପରେ ଆଲୋକପାତ କରିଥିଲେ । ଏଥିସହିତ ସିଏସ୍ ସି ରେ ଥିବା ୱ।ଇଫାଇ ଚୌପାଲ ଓ ବିଭିନ୍ନ ସେବା ଉପରେ ବୁଝାଇଥିଲେ । ଏଥିରେ ବେଗୁନିଆପଡା ବ୍ଲକ ଭିଏଲ୍ ଇ ସୋସାଇଟି ର ସଭାପତି ନିଳାଞ୍ଚଳ ସାହୁ, ସମ୍ପାଦକ ସନ୍ତୋଷ କୁମାର ପୋଲାଇ ଙ୍କ ସମେତ କୋଦଳା ସିଏସ୍ ସି ଏକାଡେମୀ ମ୍ୟାନେଜର ଦୀପକ କୁମାର ଖଟେଇ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ ସହଯୋଗ କରିଥିଲେ ।






