ଚୋର ହାତରେ ଚାବିକାଠି: ସମବାୟ ସମିତି ରେ ମହା ଦୁର୍ନୀତି
ଜେ ବି ଏନ, =୩୦/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କେନ୍ଦ୍ରାପଡା /କଟକ : ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ର ଡେରାବିଶ ବ୍ଲକ୍ ଅନ୍ତର୍ଗତ ପଲେଇ ପଞ୍ଚାୟତ ସମବାୟ ସମିତି ରେ । ୨୦୧୬ ମସିହାରେ ମହାଘୋଟାଲା ରେ ପ୍ରାୟ ୭୦ ଲକ୍ଷ୍ୟ ଚଳୁ କରି ଜେଲ୍ ଯାଇଥିଲେ ତିନିଜଣ କର୍ମଚାରୀ। ଲୋକମାନଙ୍କ ଟଙ୍କା ଆତ୍ମସାତ ପରେ ଭାଙ୍ଗିଥିଲା ସମବାୟ ବିଭାଗର ନିଦ ଆଉ ଆରମ୍ଭ ହେଇଥିଲା 65 inquiry। ପରେ ପରେ ଦୁର୍ନୀତି ରେ ଲିପ୍ତ ଥିବା ଅଧିକାରୀ ଙ୍କୁ କରାଯାଇଥିଲା ବରଖାସ୍ତ। କିନ୍ତୁ ଉପନିବନ୍ଧଂକ ଙ୍କ କାର୍ଯ୍ୟାଳୟ ରୁ ଆସିଥିବା ଚିଠି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବରଖାସ୍ତ ହେଇଥିବା ଜଣେ ଅଧିକାରୀଙ୍କୁ ପୁନର୍ବାର ନିଯୁକ୍ତି ଦେବା ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହେଉଛି। ଗୋଟିଏ ପଟେ ଲୋକମାନଙ୍କ ଲୁଟ୍ ହେଇଥିବା ଟଙ୍କା ଫେରସ୍ତ ପାଇନଥିବା ବେଳେ ଲୁଟେରା ଅଧିକାରୀଙ୍କୁ ପୁନଃ ନିଯୁକ୍ତି କେଉଁ ସ୍ବାର୍ଥ ରେ ଦିଆଯାଇଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଟଙ୍କା ଆତ୍ମସାତ୍ କରିଥିବା କର୍ମଚାରୀ ଜଣଙ୍କ ଚୋର ମୁହଁ ଟାଣ ଭଳି ସମସ୍ତେ ମିଛ ସେ ଏକା ସତ ବୋଲି ସଫେଇ ଦେଉଛନ୍ତି
ଏ ବାବଦ ରେ ଉକ୍ତ ସମବାୟ ସମିତି ର ସମ୍ପାଦକ ଙ୍କ କହିବା କଥାନୂଜାୟୀ ତାଙ୍କୁ ଉପରୋକ୍ତ ଅଧିକାରୀ ମାନେ ନିଯୁକ୍ତି ଦେଇଛନ୍ତି ଏବଂ ଲୋକଙ୍କ ଟଙ୍କା ଫେରସ୍ତ ପାଇଁ ଖୁବ୍ ଶୀଘ୍ର ବ୍ୟବସ୍ତା କରାଯିବ ବୋଲି ମତ ପ୍ରକାଶ କରିଛନ୍ତି
ଗୋଟିଏ ପଟେ ଟଙ୍କା ଫେରସ୍ତ ପାଇନଥିବା ବ୍ୟକ୍ତି ଓ ଗ୍ରାମ ବାସୀ ଟଙ୍କା ଫେରସ୍ତ ଦାବି ଓ ହିମାଂଶୁ ଙ୍କ ପୁନଃନିଯୁକ୍ତି କୁ ରଦ୍ଦ କରିବା ଦାବି ରେ ଧାରଣା ରେ ବସିଥିଲେ
ଏହି ଘଟଣା ର ପଛରେ ଉପରୋକ୍ତ ବଡ଼ ବାବୁ ମାନଙ୍କ ହିନ ସ୍ବାର୍ଥ ଓ ମୋଟା ଅଙ୍କର ଟଙ୍କା ନେଣ ଦେଣ୍ ହୋଇଥିବା ଚର୍ଚ୍ଚା ହେଉଛି…



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)