Spread the love

ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ ପଞ୍ଚାୟତର ଅଫିସ୍ ସାମ୍ନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସକାଳ ୯.୫୦ ମିନିଟ ସମୟରେ ଏକ ବୋଝେଇ ଟ୍ରକ ବାଇକ୍ କୁ ସାମ୍ନା ପଟୁ ଧକ୍କା ଦେବାରୁ ଓ ବାଇକ୍ ଆରୋହୀ ଜଣକ ରାସ୍ତା ଉପରେ ପଡ଼ି ଯିବାରୁ ତାଙ୍କର ମୁଣ୍ଡରେ ବହୁତ ବଡ ଆଘାତ ଲାଗି ଯାଇଛି। ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରାଯାଇଥିଲା, କିନ୍ତୁ ୧୦୮ ଆମ୍ବୁଲାନ୍ସ ପହନ୍ଚିବାରେ ବିଳମ୍ବ ହେବାରୁ ଏକ ଅଟୋ ସାହାଯ୍ୟରେ ମୋହନା ସ୍ଥିତ ସରକାରୀ ମେଡିକାଲ କୁ ଆମ ନ୍ୟୁଜ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ, ଓ ନାଏବ ସରପଞ୍ଚ ଙ୍କ ଦ୍ଵାରା ପଠାଯାଇଥିଲା। ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଧକ୍କା ଦେଇଥିବା ଟ୍ରକ୍ କୁ ଅଟକ ରଖିଥିବା ସୂଚନା ମିଳିଛି। ମୋହନା ପୋଲିସ୍ କୁ ଖବର ଦିଆଯାଇଛି।

ଗଜପତି ଜିଲ୍ଲାରୁ କାହ୍ନୁ ଚରଣ ଗୌଡ଼ ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ news

Leave a Reply

Your email address will not be published. Required fields are marked *