Spread the love

ସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ତରଫରୁ ଏ__୧ ଗ୍ରେଡର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ବିଷୟ ______ ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ତରଫରୁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଯେଉଁ ଛାତ୍ରଛାତ୍ରୀମାନେ ଏ ___ ୧ ଗ୍ରେଡ଼ ପାଇଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସଭାପତି ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରଦୀପ କୁମାର ଜେନା, ସରପଞ୍ଚ ଶଶାଙ୍କ ଶେଖର ଖିଲାର, ମୁଖ୍ୟ ବକ୍ତା ଭାବେ ନାରାୟଣ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ପଦ୍ମନାଭ ଦାସ, ଘନଶ୍ୟାମ ଦାସ,
ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜକୁ ଗଢ଼ିବା ଶିଖନ୍ତୁ,ନିଜ ସ୍ବପ୍ନ ନିଜେ ଦେଖନ୍ତୁ ଓ ସିଂହପୁର ମାଟିକୁ ଧନ୍ୟ କରିବା ସହିତ ନିଜର ବିଦ୍ୟାଳୟ ଓ ଜନ୍ମ
ମାଟିକୁ ଗୌରବ ମଣ୍ଡିତ କରନ୍ତୁ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଶେଷରେ ଶିକ୍ଷକ ରନ୍ନାକର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଯୁବ ସଂଗଠକ ମଳୟ ଥାଟୋଇ ଓ ଉମେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।ଏ_୧ ଗ୍ରେଡ କୁମାରୀ ଅମ୍ରିତା ସାହୁ, କୁମାରୀ ବିଦୁସ୍ମିତା ଦାସ ଏବଂ ସୋମନାଥ କୁଣ୍ଡୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *