Spread the love

ଚିକିତ୍ସାରେ ତ୍ରୁଟି ଓ ଅବହେଳା ଅଭିଯୋଗ କରି ଟାଟାଷ୍ଟିଲ ମେଡିକାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ଯୋଡା ଥାନା ଅନ୍ତର୍ଗତ ରେ ଥିବା ଟାଟାଷ୍ଟିଲ ମେଡିକାଲ ରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଓ ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଶତାଧିକ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ବାରା ଯୋଡା ସ୍ଥିତ ଟାଟାଷ୍ଟିଲ ମେଡିକାଲ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ଯ ସ୍ଥାନୀୟ ବାସିନ୍ଦା ମାନଙ୍କ ଅଭିଯୋଗ ଯେ କୌଣସି ରୋଗୀ ମେଡିକାଲ କୁ ଚିକିତ୍ସା ପାଇଁ ଗଲେ ଟାଟାଷ୍ଟିଲ ମେଡିକାଲ ରେ କୌଣସି ପ୍ରକାର ରକ୍ତ ପରୀକ୍ଷା କରାଯିବା ପାଇଁ ମେଡିକାଲ ରୁ ବାହାରକୁ ପଠାଯାଉଛି ରୋଗୀଙ୍କ ସଂପର୍କୀୟ ଙ୍କୁ ମଧ୍ଯ ମେଡିକାଲ ନର୍ସ ମାନେ ମଧ୍ଯ ଉଚିତ୍ ବ୍ୟବହାର କରୁନଥିବା ଅଭିଯୋଗ ହୁଏ ଏବଂ ଅଞ୍ଚଳ ବାସିନ୍ଦା ମାନେ ଡାକ୍ତର ଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବୀ କରିଛନ୍ତି, ଯେମିତିକି ଆଗକୁ ଏଭଳି ଦୁର୍ଘଟଣା ଘଟି ଆଉ କୌଣସି ନିରୀହ ଲୋକଙ୍କ ଜୀବନ ନଯାଉ। ସୂଚନା ଅନୁଯାୟୀ ଯୋଡା ଅଞ୍ଚଳର ଜୈନିକ ମହିଳା ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କର ଘର ଲୋକ ଯୋଡ଼ା ଟାଟାଷ୍ଟିଲ ମେଡିକାଲ ରେ ଭର୍ତି କରିଥିଲେ, ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାଡଖଣ୍ଡ ରାଜ୍ୟର ଟାଟା ସ୍ଥିତ ଟାଟାଷ୍ଟିଲ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। କିନ୍ତୁ ସ୍ଥାନୀୟ ବାସିନ୍ଦା ମାନଙ୍କ ଅଭିଯୋଗ ଯୋଡା ସ୍ଥିତ ଟାଟାଷ୍ଟିଲ ମେଡିକାଲ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି। ଯୋଡା ସ୍ଥିତ ଟାଟାଷ୍ଟିଲ ମେଡିକାଲ ପରିସରରେ ପରିସ୍ଥିତି ଅଣାୟତ୍ତ ହେବାରୁ ଯୋଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନୀୟତ୍ରଣାଧିନ କରିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *