Spread the love

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଭାରୁ ଆଜି ପର୍ଯ୍ୟନ୍ତ ସ୍ୱାଧୀନତାର ୭୫ ବର୍ଷର ସଫଳତା ଉପରେ ଆଲୋଚନା ହେବ।

ଏଜେଣ୍ଡାରେ ୪ଟି ବିଲ୍ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଏହି ୪ଟି ବିଲ୍ ମଧ୍ୟରେ ଆଡଭୋକେଟ ବିଲ୍, ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିଓଡିକ୍ ବିଲ୍ ୨୦୨୩, ପୋଷ୍ଟ ଅଫିସ୍ ବିଲ୍ ଏବଂ ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟାନ୍ୟ ନିର୍ବାଚନ କମିସନର ବିଲ୍ ରହିଛି।

ଏହି ୪ଟି ବିଲ୍ ମଧ୍ୟରୁ ବିବାଦୀୟ ବିଲଟି ହେଉଛି ନିର୍ବାଚନ କମିସନର ବିଲ୍, ଯେଉଁଥିରେ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଏକ ନୂଆ କମିଟି ଗଠନ କରାଯାଇଛି।

ଏହି ବିଲ୍ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟିର ବ୍ୟବସ୍ଥା ରହିଛି। ଏହି ତିନି ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରହିବେ। ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଗଠିତ କମିଟିରେ ପ୍ରଧାନ ବିଚାରପତିଙ୍କୁ ମଧ୍ୟ ସାମିଲ କରାଯାଇଥିଲେ ମଧ୍ୟ ନୂଆ ବିଲରେ ପ୍ରଧାନ ବିଚାରପତିଙ୍କୁ ସାମିଲ କରାଯାଇ ନଥିବାରୁ ବିରୋଧୀ ମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି ।

ନିର୍ବାଚନ କମିସନର ଚୟନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ବଦଳରେ ଏକ ନୂଆ କମିଟି ଗଠନ ପାଇଁ ଏହି ବିଲ ଅଣାଯାଉଛି । ଏହି ବିଲକୁ ନେଇ ସଂସଦର ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି ।

ସୋର୍ସ news

Leave a Reply

Your email address will not be published. Required fields are marked *