Spread the love

ନୁଆଦିଲ୍ଲୀ,୨୫ା୯: ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ’ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ଙ୍କ ସମ୍ପତ୍ତି ଜବତ ହେବାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି।

ଏହି ଖଲିସ୍ତାନୀମାନେ ବ୍ରିଟେନ, ଆମେରିକା, କାନାଡା, ଦୁବାଇ, ପାକିସ୍ତାନ ଓ ଅନ୍ୟ ଦେଶରେ ରହିଛନ୍ତି। ବିଦେଶରେ ରହି ଭାରତ ବିରୋଧୀ ପ୍ରଚାର ଚଳାଇଥିବା ଏହି ଆତଙ୍କବାଦୀମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ମଧ୍ୟରୁ ପରମଜିତ୍‌ ସିଂ ପମ୍ମା , ସୁଖପାଲ ସିଂ, ସରବଜିତ ସିଂ ବେନ୍ନୁର, କୁଲଓ୍ବନ୍ତ ସିଂ ଓରଫ କାନ୍ତା, ଗୁରୁପ୍ରୀତ ସିଂ ଏବଂ କୁଲଓ୍ବନ୍ତ ସିଂ ମୁଥ୍ରା ବ୍ରିଟେନରେ ଆତ୍ମଗୋପନ କରିଥିବାବେଳେ ଓ୍ବାଧଓ୍ବା ସିଂ ବାବର ଓରଫ ଚାଚା, ରଣଜିତ ସିଂ ନୀତା ପାକିସ୍ତାନରେ ରହିଛନ୍ତି।
ସୋର୍ସ news

Leave a Reply

Your email address will not be published. Required fields are marked *