Spread the love

ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ, ମଧ୍ୟ ଆଣ୍ଟଲାଣ୍ଟିକର ନ୍ୟୁୟର୍କରୁ ଦକ୍ଷିଣ କାରୋଲିନା ପର୍ଯ୍ୟନ୍ତ ୮୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଶିଂଟନ ଓ ଉତ୍ତର କାରୋଲିନା। ପାମଲିକୋ ନଦୀ କୂଳ ସ୍ଥିତ ଅନେକ ସହର ପାଣି ଘେରରେ ରହିଛି। ବିଦ୍ୟୁତ ସଂଯୋଗ ବିଚ୍ଛନ ହେବା ଯୋଗୁ ୬୫ହଜାର ଲୋକ ଅନ୍ଧାରରେ ରହିଛନ୍ତି।

ସୋର୍ସ news

Leave a Reply

Your email address will not be published. Required fields are marked *