ଇଲେକ୍ଟ୍ରିସିଆନଙ୍କ ଦୁର୍ଘଟଣାରେ ମୃତ୍ୟୁ
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅପର୍ତ୍ତିପୁର ଗ୍ରାମର ରାଜେଶ ସାମଲ ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ରାଜେଶ ଅନୁଗୋଳ ବିଜୁଳି ବିଭାଗରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ସୂଚନା ମୁତାବକ ଆଜି ସକାଳେ ଘରୁ ଡ୍ୟୁଟିକୁ ବାଇକ୍ ଯୋଗେ ଯାଉଥିବା ବେଳେ ବାଟରେ ନାଲକୋ ନିକଟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ପ୍ରଥମେ ନାଲକୋ ଡାକ୍ତରଖାନା ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ। ମାତ୍ର ହସ୍ପିଟାଲ୍ ଯିବା ବାଟରେ ଆଠଗଡ଼ ପାଖାପାଖି ରଜେଶଙ୍କର ମୃତ୍ୟୁ ଘଟିଛି। ସେ ଜଣେ ଉତ୍ତମ ଓ ମେଳାପୀ ସ୍ୱଭାବର ହୋଇ ଥିବାରୁ ତାଙ୍କ ମୃତ୍ୟୁରେ ଅପର୍ତିପୂର୍ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।




