ପାଞ୍ଚଦଫା ଦାବିନେଇ ଆମରଣ ଅନଶନରେ ବସିଛନ୍ତି ଜେଲ କର୍ମଚାରୀ ।
ପାଞ୍ଚଦଫା ଦାବିନେଇ ଅଲ୍ ଓଡିଶା ଜେଲ୍ କର୍ମଚାରୀ ଏବେ ଆମରଣ ଅନଶନରେ ବସିଛନ୍ତି । ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ରେ ଥିବା ସବ୍ ଜେଲ କର୍ମଚାରୀ ମାନେ ମଧ୍ୟ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏହି ଜେଲ୍ କର୍ମଚାରୀ ମାନେ ଗତ 13/9/23 ରୁ 24/9/23 ଅର୍ଯ୍ୟନ୍ତ ପାଞ୍ଚ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟରତ ଥିଲେ ଏବଂ ସରକାର ଙ୍କ ପକ୍ଷରୁ ତାଙ୍କର ଦାବୀ କୁ ନ ଶୁଣିବାରୁ ସେମାନେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶାନ୍ତି ପୂର୍ଣ୍ଣ ଭାବରେ 25/9/23ତାରିଖରୁ ତାଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ରହି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅସନ୍ତୁ ଶୁଣିବା ତାଙ୍କର ସରକାରଙ୍କ ନିକଟରେ କଣ ସବୁ ଦାବୀ ରହିଛି ତାଙ୍କ ମୁହଁରୁ……………………..
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




