ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଜିଲ୍ଲାର ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ଗୁଡିକର ବିକାଶ କାର୍ଯ୍ୟ ସମୀକ୍ଷା
ଢେଙ୍କାନାଳ, ତା, ୦୬.୧୦.୨୦୨୩
ଆଜି ଜିଲ୍ଲା କାର୍ଯ୍ୟାଳୟ ଓସ୍ନାନ ହଲ ଠାରେ ଭିସି ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଜିଲ୍ଲାର ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ଗୁଡିକର ବିକାଶ କାର୍ଯ୍ୟ ସମୀକ୍ଷା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଜିଲ୍ଲାର ୫୬ ଟି କଲେଜର ବିକାଶ କାର୍ଯ୍ୟ ସମୀକ୍ଷା କରି ସମସ୍ତ କାର୍ଯ୍ୟ ଯଥା ସ୍ମାର୍ଟ କ୍ଳାସ, ଶୌଚାଳୟ ନିର୍ମାଣ, ବିଜ୍ଞାନଗାର, ପୁରୁଣା ଶ୍ରେଣୀଗୃହ ମରାମତି, ଖେଳପଡିଆର ଉନ୍ନତି କରଣ, ବୃକ୍ଷ ରୋପଣ ଓ କଲେଜ ପରିସର ସୌନ୍ଦର୍ଯ୍ୟକରଣ, ଆପ୍ରୋଚ ରୋଡ ନିର୍ମାଣ ଆଦି ସମସ୍ତ କାର୍ଯ୍ୟ ନଭେମ୍ବର ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ବିଡିଓ ଏବଂ ନିର୍ବାହୀ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମୌଳିକ ସୁବିଧା ସୁଯୋଗ ଉପରେ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥ୍ପ୍ରତି ବିଶେଷ ଦୃଷ୍ଟି ଦେବାକୁ କହିଥିଲେ । ସମସ୍ତ ଛାତ୍ରଛାତ୍ରୀ ଶୃଙ୍ଖଳିତ ହୋଇ ପରିସରର ସ୍ଵଚ୍ଛତା ଓ ସୁନ୍ଦରତା ବୃଦ୍ଧି କରି ପାଠ ପଢିବା ସହିତ ନିଜ ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି ନିମନ୍ତେ ଯବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ, ଜିଲ୍ଲାର ୫୬ଟି କଲେଜର ବିକାଶ କାର୍ଯ୍ୟ ପାଇଁ ସମୁଦାଯ ୩୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଅଛି ।
ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ମସଜିଦର ବିକାଶ ନିମନ୍ତେ
ସେହିପରି, ଜିଲ୍ଲାରେ ଥିବା ପ୍ରମୁଖ ୪୨୭ ଗୋଟି ଧର୍ମାନୁଷ୍ଠାନର ବିକାଶ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ଜିଲ୍ଲାରେ ଥିବା ମନ୍ଦିର, ଚର୍ଚ ଏବଂ ସରକାରଙ୍କ ପକ୍ଷରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପ୍ରତ୍ୟେକ ଧର୍ମାନୁଷ୍ଠାନର ବିକାଶ ନିମନ୍ତେ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଏହି ଅବସରରେ ସେ ସମସ୍ତ ବ୍ଲକରେ ଥିବା ପ୍ରମୁଖ ଧର୍ମାନୁଷ୍ଠାନର କର୍ମକର୍ତ୍ତା, ବିଡିଓ ମାନଙ୍କ ସହିତ ଚାଲୁଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଧର୍ମାନୁଷ୍ଠାନଗୁଡିକର ସମସ୍ତ ବିକାଶ କାର୍ଯ୍ୟ ନଭେମ୍ବର ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ, ଭୁବନ ବ୍ଲକ ର ୪୧ ଟି, ସଦର ବ୍ଲକର ୭୮ଟି, ଗନ୍ଦିଆ ବ୍ଳକର ୫୦ଟି, ହିନ୍ଦୋଳ ବ୍ଳକର ୭୧ ଟି, କାମାକ୍ଷାନଗର ବ୍ଳକର ୫୭ ଟି, କଙ୍କଡାହାଡ ବ୍ଲକର ୩୨ଟି, ଓଡାପଡା ବ୍ଲକ ର ୪୧ ଟି, ପରଜଙ୍ଗ ବ୍ଳକର ୫୭ ଟି ଏହିପରି ସମୁଦାୟ ୪୨୭ ଟି ଧର୍ମାନୁଷ୍ଠାନର ବିକାଶ କାର୍ଯ୍ୟ ଚାଲୁଥିବା ଜଣାଯାଇଛି । ଏହି ସବୁ ଧର୍ମାନୁଷ୍ଠାନର ବିକାଶ କାର୍ଯ୍ୟ ସମ୍ପୃକ୍ତ ଧର୍ମ ନୁଷ୍ଠାନର ପରିଚାଳନା କମିଟି ର ତତ୍ବାବଧାନରେ କରାଯାଉଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


