Spread the love

କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ଥମିବାରେ ନା ଧରୁନି। କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଗାଜରାଜ୍ ଙ୍କ ବଂଶ ବୋଧ୍ ହୁଏ କିଛି ଦିନରେ ବିଲୁପ୍ତ ହେବାକୁ ଯାଉଛି। ପୁଣି ଏକ ମାଈ ହାତୀର ଗଲିତ ଶବ ଉଦ୍ଧାର ହୋଇଛି ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲ ରୁ ମାଈହାତି ର ଗଳିତ ମୃତଦେହ ଉଦ୍ଧାର। ସ୍ଥାନୀୟ ଲୋକେ ଜଙ୍ଗଲ କୁ ଶୁଖିଲା କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ପଚାଗନ୍ଧ ହେବାରୁ, ସେଠାକୁ ଯାଇ ଏକ ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ବନବିଭାଗ କୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ହାତୀର ଗଳିତ ମୃତଦେହ କୁ ଦେଖିବାକୁ ପାଇଥିଲେ। ତେବେ ହାତିଟି ଦଶଦିନ ରୁ ଉର୍ଦ୍ଧ ହେବ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ। ବାରମ୍ବାର ହାତୀ ମୃତ୍ୟୁ କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଜଙ୍ଗଲ ରେ ଦୀର୍ଘ ଦିନ ଧରି ହାତୀ ମରିବାର ଖବର କିଭଳି ବନବିଭାଗ ପାଉନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *