Spread the love

କେନ୍ଦୁଝର, ବିଶ୍ବବାସୀ ଙ୍କ ପାଇଁ ଖାଦ୍ୟ ନିରାପତ୍ତା,ଜଳବାୟୁ ପରିବର୍ତ୍ତନ ତଥା ଦାରିଦ୍ରତା ନିବାରଣ ନିମନ୍ତେ ମୃତ୍ତିକା ର ଗରୁରତ୍ବପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ବିଶ୍ବ ମୃତ୍ତିକା ଦିବସର ଲକ୍ଷ ରହିଛି।ଏଣୁ ୨୦୧୪ ମସିହା ଠାରୁ ଡିସେମ୍ବର ୫ତାରିଖ କୁ ବିଶ୍ବ ମୃତ୍ତିକା ଦିନସ ଭାବେ ପାଳନ କରାଯାଉଛି।ଚଳିତମାସ କେନ୍ଦୁଝର ଜିଲ୍ଲା କୃଷିଅଧିକାରୀ ଙ୍କ କାର୍ଯ୍ୟାଳୟରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯିବ।ଏଥିପାଇଁ ଶନିବାର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶକ୍ରମେ ପୋଲିସ ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଜଳମୃତିକା ଜୀବନର ଧାରା ବିଷୟରେ ପୋଷ୍ଟର ଚିତ୍ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଇତିମଧ୍ୟରେ ୧୩ବ୍ଲକରୁ ୫୫ଜଣ ପ୍ରତିଯୋଗୀ ପ୍ରତିଯୋଗୀ ଭାଗନେଇଥିଲେ।ଏହି କାର୍ଯ୍ୟକ୍ରମରେ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଓ ସହଯୋଗୀ ଶିକ୍ଷକମାନେ ପ୍ରିଯୋଗୀତା କରାଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ।ଏଥିରେ ପ୍ରଥମରୁ ସପ୍ତମ ଜୁନିୟର ଗ୍ରୁପ ଅଷ୍ଟମ ଓ ନବମ ସିନିୟର ଉଭୟ ଗୃପ ରୁ ପ୍ରଥମ ଦ୍ବିତୀୟ ତୃତୀୟ ତିନିଜଣ ଙ୍କୁ ବିଶ୍ଵ ମୃତ୍ତିକା ଦିବସରେ ସମ୍ମାନିତ କରାଯିବ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ୍ ଜାଗର ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *