- By Abhay Kumar
CRPF ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ
ରାଜଧାନୀ ଦିଲ୍ଲୀରେ ହେଲା ଭୟଙ୍କର ବିସ୍ଫୋରଣ। ରବିବାର ସକାଳୁ ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆର୍ପିଏଫ୍ ସ୍କୁଲ କ୍ୟାମ୍ପସ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଶବ୍ଦରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ସ୍କୁଲ ନିକଟ ଅଞ୍ଚଳ ଥରି ଉଠିଥିଲା । ପରେ ପୂରା ଅଞ୍ଚଳରେ ଧୁଆଁ ଧୁଆଁ ହୋଇଯାଇଥିଲା । ଫଳରେ ଭୟଭୀତ ହୋଇ ଲୋକେ ଏଣେ ତେଣେ ଧାଁ-ଦୌଡ଼ କରିଥିଲେ । ବିସ୍ଫୋରଣରେ ସ୍କୁଲ ପାଚେରୀ ଭାଙ୍ଗି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସିଆରପିଏଫ ସ୍କୁଲ ନିକଟରେ ଅନେକ ଦୋକାନ ରହିଛି । ତେବେ ସିଲିଣ୍ଡର ବିସ୍ଫୋରଣ ହେଉଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ପରେ ଆଖପାଖ ଗାଡି ଏବଂ ଘରର କାଚ ଭାଙ୍ଗିଯାଇଛି ।ଏହି ବିସ୍ଫୋରଣ ପୂର୍ବରୁ ଦିଲ୍ଲୀ ପୁଲିସ ଏବଂ ଅଗ୍ନିଶମ ବିଭାଗ ସୂଚନା ପାଇଥିଲା। ପୁଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଘଟଣାସ୍ଥଳରୁ ସେପରି କିଛି ମିଳି ନ ଥିଲା। ଏହି ଘଟଣାର ତଦନ୍ତରେ ଦିଲ୍ଲୀ ପୁଲିସ ବ୍ୟସ୍ତ ଅଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ସୂଚନା ଅନୁଯାୟୀ, ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ବିଦ୍ୟାଳୟ ବାହାରେ ବିସ୍ଫୋରଣର ଖବର ଆସିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)

