Spread the love

ନୂଆଦିଲ୍ଲୀ, ୦୫/୧୨ : ସଂସଦରେ ଥମୁନି ଆଦାନୀ ଝଡ । ଆଜି ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ଆଦାନୀ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ଚାହୁଁ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ବଏଲର୍ସ ଆକ୍ଟ ୧୯୨୩କୁ ହଟାଇ ଏକ ନୂଆ ଆଇନ ଲାଗି ଉଦ୍ଦିଷ୍ଟ ବିଲ୍ ରାଜ୍ଯସଭାରେ ଗୃହୀତ ହୋଇଛି। ଶହେ ବର୍ଷ ତଳର ବଏଲର୍ସ ଆକ୍ଟକୁ ହଟାଇବା ଲାଗି ଗୃହରେ ଉପସ୍ଥାପିତ ହୋଇଥିଲା ବଏଲର୍ସ ବିଲ୍- ୨୦୨୪ । ୭ଟି ଅପରାଧକୁ ଅପରାଧବିହୀନ ଭାବେ ପରିଗଣିତ କରିବା ତଥା ଇଜ୍ ଅଫ ଡୁଇଂ ବ୍ଯବସ୍ଥା ଏହି ବିଲରେ ରହିଛି। ଏକ ବଏଲର ଭିତରେ କାର୍ଯ୍ୟରତ ବ୍ଯକ୍ତିଙ୍କ ନିରାପତ୍ତାକୁ ଏହି ବିଲରେ ଗୁରୁତ୍ବ ଦିଆଯାଇଛି।

Leave a Reply

Your email address will not be published. Required fields are marked *