ଚତୁର୍ଦଶ ସପ୍ତଶଯ୍ୟା ଅଧ୍ୟାତ୍ମିକ ମହୋତ୍ସବ୨୮ ରୁ ୩୧ ଡିସେମ୍ବର ୨୦୨୪
ଗତ ତା:-୨୮ ତାରିଖ ରୁ ଆରମ୍ଭ ହୋଇଥିବା ସପ୍ତଶଯ୍ୟା ମହୋତ୍ସବ ଆଜି ସମାପ୍ତ ହୋଇଯାଇଛି ..।ଏହି ମହୋତ୍ସବ ରେ ବିଷ୍ଣୁ ଶାନ୍ତି ମହାଯଜ୍ଞ,ଶାନ୍ତି ଯଜ୍ଞ,ସେବା ଯଜ୍ଞ,ଅନ୍ନ ଯଜ୍ଞ ଆଦି ସହ ସନ୍ଥ ସମ୍ମିଳନୀ ହୋଇଯାଇଛି ଏହି ମହୋତ୍ସବ ରେ ଓଡିଶା ର ବର୍ଷିଆନ ସନ୍ଥ ସ୍ୱାମୀ ଶିବଚିଦାନନ୍ଦଜୀ ମହାରାଜ ,ସ୍ୱାମୀ ବ୍ରହ୍ମାନନ୍ଦଜୀ ମହାରାଜ,ମହନ୍ତ ଶ୍ରୀ ଶ୍ରୀ ବ୍ରହ୍ମାନନ୍ଦ ଜି ମହାରାଜ ବର୍ଷିଆନ ସନ୍ଥ ହିସାବରେ ସମ୍ମାନିତ କରାଗଲା ।ଏହି ମହୋତ୍ସବ ରେ ବହୁତ ସାଧୁ ସନ୍ଥ ଉପସ୍ଥିତ ହୋଇ ଆଶୀର୍ବଚନ ପ୍ରଦାନ କରିଥିଲେ ।ଅପରାହ୍ନ ୪ ଘଟିକା ସମୟରେ ଯଜ୍ଞ ର ପୂର୍ଣାହୁତି ହୋଇ ଚରୁଅନ୍ନ ବିତରଣ କରାଜାଇଥିଲା । ଏହି କାର୍ଯ୍ୟ କ୍ରମ କୁ ଆଶ୍ରମ ର ହିତୈଶି ରସାନନ୍ଦ ସାହୁ ,ରତ୍ନାକର ଗୋଛି, ବବୁଲ ସାହୁ ଆଦି ସହଯୋଗ କରିଥିଲେ ।
