ଶହୀଦନଗର ଦୁର୍ଗାମଣ୍ଡପ ପଡିଆରେ ମେଘା ସପିଙ୍ଗ ବଜାରର ଉଦଘଟିତ
ଭୁବନେଶ୍ୱର, : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଶହୀଦନଗର ଦୁର୍ଗାପୂଜା ପଡିଆରେ ରବିବାର ସନ୍ଧ୍ୟାରେ ଅତିଥି ମାନଙ୍କ ଉପସ୍ଥିତିରେ ମେଘା ସପିଙ୍ଗ ବଜାରର ଶୁଭ ଉଦଘାଟନ ହୋଇଛି। ଏଠାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଷ୍ଟଲ ରହିଛି ଏବଂ ଷ୍ଟଲ ମାନଙ୍କରେ ସମସ୍ତ ପ୍ରକାର ଘର କରଣା ସାମଗ୍ରୀ ସାଙ୍ଗକୁ ଗୁଜୁରାଟ ଶାଢ଼ୀ, ଉତ୍ତରପ୍ରଦେଶ ହ୍ୟାଣ୍ଡଲୁମ ବସ୍ତ୍ର, ସ୍ୱୟଂ ସହାୟକ ମାଆ ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡି, ଆଚାର, ପାମ୍ପଡ଼,କାନ୍ଧମାଳ ହଳଦୀ,ପିଲା ମାନଙ୍କ ବିଭିନ୍ନ ଖେଳନା ସାଙ୍ଗକୁ ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଛି।ଏମଡି ସାବୀର ଓରଫ ମୁନା ଭାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ସପିଙ୍ଗ ବଜାରର ଉଦଘାଟନ ଉତ୍ସବରେ ଶହୀଦ ନଗର ଦୁର୍ଗାପୂଜା କମିଟିର ସଭାପତି, ଉପ-ସଭାପତି, ସମ୍ପାଦକ ଏବଂ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଅତିଥି ଭାବରେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ।ଆଜି ଠାରୁ ଆରମ୍ଭ ହୋଇଥିବା ଏହି ବଜାର ମେ ମାସ ୮ତାରିଖ ପର୍ଯ୍ୟନ୍ତ ଚାଲିବ।କୋଲକାତାର ପ୍ରସିଦ୍ଧ ଟାଟୁ ଯୁବପିଢ଼ିଙ୍କ ଆକର୍ଷଣ ପାଲଟିବ।ଆଜି ଉଦ୍ଘାଟନୀ ଦିନରେ ପ୍ରବଳ ଭୀଡ଼ ପରିଲକ୍ଷିତ ହୋଇଥିଲା। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଭଲ ବ୍ୟବସାୟ ହେବବୋଲି ଆଶା ରଖିଛନ୍ତି ମୁନ୍ନା ଭାଇ।

August 2, 2026/
No Comments


