୮ଦଫା ଦାବିନେଇ ତାଳଚେର କୋଇଲା ଖଣି ମଜଦୂର ସଂଘର ପ୍ରତିବାଦ ସଭା
ତାଳଚେର, ୨୯/୦୪ ତାଳଚେର କେ଼ାଇଲା ଖଣି ମଜଦୁୂର ସଂଘ ପକ୍ଷରୁ ଆଜି ତାଳଚେର ଜଗନ୍ନାଥ ଜିଏମ ଅଫିସ୍ ଆଗରେ ୮ଦଫା ଦାବିନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦାବି ଗୁଡ଼ିକ ଭିତରେ ନେହୁରୁଶତାଦ୍ଦୀ ହସପିଟାଲକୁ ତୁରନ୍ତ ଚଳାଇବା, ଜରୁରୀ କାଳୀନ ରୋଗୀଙ୍କୁ କାଜୁଆଲଟି ଓ ଡ଼ିସପେନସେରୀରେ ଔଷଧ ଯୋଗାଇ ଦେବା, ଆବଶ୍ୟକସ୍ଥଳେ ରୋଗୀଙ୍କୁ ସୁବିଧାରେ ସ୍ଥାନାନ୍ତରିତ କରାଯିବା, କାଜୁଆଲଟିରେ ବିଶେଷଜ୍ଞ ଡ଼ାକ୍ତର ରହିବା, ରୋଗୀଙ୍କ ପାଇଁ ଡ଼ାକ୍ତରଙ୍କ କୋହଳ ମନୋଭାବ ସହ ସୁବିଧାରେ ଚିକତ୍ସା ସେବା କରିବା, ଜଗନ୍ନାଥ କାର୍ଯ୍ୟାଳୟରେ ଆଇଆର ମିଟିଙ୍ଗକୁ ନିୟମିତ କରିବା, ଜରୁରୀ କାଳୀନ କାଜୁଆଲଟିରେ ବିଶେଷଜ୍ଞ ଡ଼ାକ୍ତର ଉପସ୍ଥିତ ରହିବ । ରୋଗୀଙ୍କ ପାଇଁ ଡ଼ାକ୍ତରଙ୍କ ସନ୍ତୋଷଜନକ ବ୍ୟବହାର ପ୍ରଦର୍ଶନ, ମିଟିଙ୍ଗର ଯାଂଚ ଠିକ୍ ସମୟରେ କରାଯିବା ଉଚିତ୍, ବାହାର ଲୋକ ଜବରଦଖଲ କରି ରଖିଥିବା ଏମସିଏଲ କ୍ୱାଟରର୍ସ ଜମିରୁ ଉଚ୍ଛେଦ କରିବା ଇତ୍ୟାଦି ଅନ୍ତର୍ଭୂକ୍ତ । ଏହାର ନକଲ ଏଏଲସି ନାଲକୋ ନଗର, ନିର୍ଦ୍ଦେଶକ ପରଶୋନାଲ ଏମସିଏଲ ହେଡ଼କ୍ୱାଟର, ଜିଏମ (ଟିଆଣ୍ଡଆଇଆର) ଏମସିଏଲ ହେଡ଼କ୍ୱାଟର, ସିଏମଏସ୍ ଏମସିଏଲ ହେଡ଼କ୍ୱାଟର ବୁର୍ଲା, ଏପିଏମ ଜଗନ୍ନାଥ ଏରିଆ, କୋଲିୟରୀ ଥାନା ଅଧିକାରୀ, ରଞ୍ଜନ ବେହେରା କାର୍ଯ୍ୟକାରୀ ସଭାପତି ବିଏମଏସ୍କୁ ପ୍ରଦାନ କରାଯାଇଥିବା ୟୁନିୟନ ପକ୍ଷରୁ କୁହାଯାଇଛି । ଏହି ପ୍ରତିବାଦ୍ ସଭାରେ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।



