ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ଏଗାର ଲକ୍ଷ ଷାଠିଏ ହଜାର ଟଙ୍କା
ତାଳଚେର, ୨୯/୦୪ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ସୋମବାର ଦିନ ଖୋଲା ଯାଇଥିଲା । ତାଳଚେର ସହକାରୀ ଜିଲ୍ଲାପାଳ ପୁଷ୍ପିତା ମଧୁମତୀ ଦେହୁରୀ, ଟ୍ରଷ୍ଟ ସଦସ୍ୟ ମୂରଲୀଧର ସାହୁ, ରାଜେନ୍ଦ୍ର ସିଂହ, ସଞ୍ଜୟ କୁମାର ସାହୁ, ଗଗନ ବିହାରୀ ସାହୁ, ବରିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରାଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଥିଲା । ଏଥିରୁ ମୋଟ ଏଗାର ଲକ୍ଷ ଷାଟିଏ ହଜାର ତିନି ଶହ ବାର ଟଙ୍କା (୧୧,୬୦,୩୧୨ ଟଙ୍କା) ସଂଗୃହୀତ ହୋଇଥିଲା । ହାବିଲଦାର ଗୁଣନିଧି ବିଶ୍ୱାଳ, ବିନୟ କୁମାର ମହାନ୍ତି, ବିକାଶ ପ୍ରଧାନ, ପ୍ରହଲ୍ଲାଦ ଦେହୁରୀ, ବିଭୂତି ଭୂଷଣ ସାମଲ, ନରେନ୍ଦ୍ର କୁମାର ସିଂ, ରୋହିତ କୁମାର ସାମଲ, ସିପୁନ ପତିଆର, ବଳିଆ ସାମଲ, ମଳୟ ମହାନ୍ତି, ନରେନ୍ଦ୍ର ବାରିହା, ପୁପିନ୍ଦ୍ର ପ୍ରଧାନ, ଚିନ୍ମୟ ସାହୁ, ରାହୁଲ ପ୍ରଧାନ, ପଦ୍ମଲୋଚନ ସାହୁ, ସମ୍ବିତ ସାହୁ, ନୀଳକଣ୍ଠ ଦ୍ୱିିବେଦୀ, ବଳିଆ ସାମଲ, ନରୋତ୍ତମ ବାରିହା, ଦୀପକ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


