Spread the love

ବାପା ଭାଇ ଛେଉଣ୍ଡ ପାଞ୍ଚ ଭଉଣୀ ଙ୍କ ହାତ ରୁ ରାକ୍ଷୀ ବାନ୍ଧିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା

ଭାଇ ଭଉଣୀ ଙ୍କ ସ୍ନେହ ପ୍ରେମ ର ପର୍ବ ରକ୍ଷା ବନ୍ଧନ। ଭଉଣୀ ଙ୍କ ମନ ରେ ଉଲ୍ଲାସ ଆଣୁଥିବା ବେଳେ ଗୋଟିଏ ପରିବାର ର ସାନ ବଡ କରି ପାଞ୍ଚ ଜଣ ଭଉଣୀ ବାପ ଛେଉଣ୍ଡ ହୋଈ ଦୁଃଖ ଦରିଆ ରେ ଭାସୁଛନ୍ତି। ଏଭଳି ବିପଦ ସମୟରେ ଆହା କରିବାକୁ ପାଖରେ କେହି ଭାଇ ନ ଥିଲେ ମଧ୍ୟ ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଗଣ ଘଟଣା ସ୍ଥଳ ରେ ପହଞ୍ଚି, ଭଉଣୀ ମାନଙ୍କ ଆଖି ରୁ ଲୁହ ପୋଛିଛନ୍ତି। ଭଉଣୀ ମାନଙ୍କ ଠାରୁ ରାକ୍ଷୀ ବାନ୍ଧି ମାନ ରଖିବାକୁ ପ୍ରତିଶ୍ରୁତି ହେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାଯତ ର ଦରବୋଲ ଗ୍ରାମ ରେ । ସୂଚନା ଅନୁଯାୟୀ ୬୬ ବର୍ଷୀୟ ବୟସ୍କ ରତ୍ନାକର ସାମଲ ନାମକ ବ୍ୟକ୍ତି ଏକ ଅଭାବୀ ପରିବାର ର ହୋଇଥିଲେ ହେଁ କୋଳ ରେ ପୁଅ କେହି ନ ଥିଲେ। ପାଞ୍ଚ ଜଣ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଛୋଟ ସଂସାର ରତ୍ନାକର ଙ୍କ ମଜୁରୀ କୁ ନେଇ ଚଳି ଯାଉଥିଲା। ଦୁର୍ଭାଗ୍ୟ ବଶତଃ ରତ୍ନାକର ଙ୍କର ଦୁର୍ଘଟନା ରେ ଅକାଳ ବିୟୋଗ ଘଟିବା ଯୋଗୁ ଦୁଃଖ ର ପାହାଡ ଖସି ପଡିଥିଲା ପରିବାର ଉପରେ। ପାଞ୍ଚ ଜଣ ଭଉଣୀ ବେସାହାରା ହୋଈ ବଞ୍ଚିବା ର ରାହା ଖୋଜୁଥିବା ବେଳେ ଖବର ପାଇ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ମାନେ ଉକ୍ତ ପରିବାର ପଖରେ ପହଞ୍ଚିଥିଲେ। ପାଞ୍ଚ ଭଉଣୀ ଙ୍କ ପାଇଁ ପୋଷାକ ମା ଙ୍କ ପାଇଁ ଶାଢୀ ଦୁଇ ମସ ପାଇଁ ରାସନ୍ ସାମଗ୍ରୀ ସହ ଚାଉଳ ପ୍ୟାକେଟ ପନିପରିବା ଓ ଅନ୍ୟ ନିତ୍ୟ ବ୍ୟବହୃତ ସାମଗ୍ରୀ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଇଛି। ଏହା ସହ ଭଉଣୀ ମାନଙ୍କ ପାଇଁ ପାଠପଢ଼ା ଓ ବଡ ଭଉଣୀ ପାଇଁ ରୋଜଗାର ର ପ୍ରତିଶୃତି ଦିଆଯାଇଛି। ସ୍ବାମୀ ଙ୍କୁ ହରାଇଥିବା ନିଆଶ୍ରୀ “ମା” ର ଆଖି ରୁ ଲୁହ ପୋଛିବା ସହ ପାଞ୍ଚ ଭଉଣୀ ପାଖ ରୁ ରାକ୍ଷୀ ବାନ୍ଧି ବିପଦ ଆପଦ ରେ ସାହା ହେବା ପାଇଁ ପ୍ରତିଶ୍ରୁତି ହେଇଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ମାନେ। ଉକ୍ତ ପଞ୍ଚାଯତ ର ସରପଞ୍ଚ ଙ୍କ ସହ ଆଲୋଚନା କରି କିପରି ପିଲା ମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେଇହେବ ଓ ଥଇଥାନ କରିଦେବ ଏଥି ନିମନ୍ତେ ଚେଷ୍ଟା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସମେତ ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ସଂପାଦକ ରାଜେଶ ବାରିକ, ସାଧାରଣ ସଂପାଦକ ସତ୍ୟବ୍ରତ ପ୍ରଧାନ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ, ଶାନ୍ତନୁ ମଲ୍ଲିକ, ସୁରେନ୍ଦ୍ର ପରିଡା, ସଂଗ୍ରାମ ଦାଶ, ଦିଲ୍ଲୀପ କୁମାର ନାଥ, ତପନ କୁମାର ନାଥ, ବିଭୂତି ଭୂଷଣ ପ୍ରଧାନ, ଆଲୋକ କୁମାର ଦାଶ, ଶଶିକାନ୍ତ ନାଥ, ବିକାଶ ପାତ୍ର,ସ୍ଥାନୀୟ ସରପଞ୍ଚ ପ୍ରବୀର ସିଂ ଓ ସାମ୍ବାଦିକ ପ୍ରଭାତ ରଞ୍ଜନ ଜେନା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *