ବେଲୁଆମାଲ ରେ ନୂଆଁଖାଇ ସହିତ ୩୭ ତମ ନୂଆଁଖାଇ ଭେଟଘାଟ ପାଳିତ
ଏଭିବାଆଙ୍କର- ସମଗ୍ର ପଶ୍ଚିମ ଓଡିଶା ରେ ନୂଆଁଖାଇ ଧୁମଧାମରେ ପାଳନ ହେଉଥିବାବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ର ବେଲୁଆମାଲ ଗ୍ରାମ ରେ ମଧ୍ୟ ନୂଆଁଖାଇ ପାଳିତ ହୋଇଯାଇଛି। ରାଜା ରାଜୁଡା ସମୟ ରୁ ଦେହୁରୁଣିମାଲ ଦେଗାଁ ଦେବେଶ୍ୱର ଭୈରବୀ ପିଠରେ ନବାନ୍ନ ଲାଗି ହେବା ପରେ ଏ ଅଞ୍ଚଳରେ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଗ୍ରାମ ର ଭଦ୍ର ବ୍ୟକ୍ତି ଙ୍କ ମତାମତ କ୍ରମେ ଗୁରୁବାର ନବାନ୍ନ ଭକ୍ଷଣ ପାଇଁ ବେଲୁଆମାଲ ଗ୍ରାମ ରେ ଡକରା ଦିଆଯାଇଥିଲା। ଯିଏ ଯେଉଁ ଠାରେ ଥିଲେ ମଧ୍ୟ ନୂଆଁଖାଇ ଦିନ ଗାଁ କୁ ଆସିଥିଲେ। ଗୁରୁବାର ସକାଳୁ ଘରେ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ ସହିତ ଖିରି ପିଠା ତିଆରି ଦେଖିବାକୁ ମିଳିଥିଲା। ନବାନ୍ନ ଭକ୍ଷଣ ପରେ ଆକାଶ ଡିଜିଟାଲ ଆନୁକୁଲ୍ୟରେ ଗ୍ରାମର ଯୁବକ ମାନଙ୍କ ସହଯୋଗ କ୍ରମେ ନୂଆଁଖାଇ ଭେଟଘାଟ ତଥା ନୁଆଁଖାଇ ଖେଳକୁଦ ର ଆୟୋଜନ ହୋଇଥିଲା ।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଗ୍ରାମର ଗୈାନ୍ତିଆ ରାଜକିଶୋର ବେହେରା ଏବଂ ସମ୍ମାନିତ ଅତିଥି ଭାବେ ରଜନୀକାନ୍ତ ଦେହୁରୀ,ହିମାଦ୍ରି ଦେହୁରୀ, ଚୈତନ୍ୟ ବେହେରା, ଅକ୍ଷୟ ଦେହୁରୀ ପ୍ରମୁଖ ଯୋଗଦାନ କରିଥିଲେ। ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ପରେ ନୂଆଁଖାଇ ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ଅନ୍ଧପୁଟୁଳି, ମ୍ୟାଜିକ ଚେୟାର, ଲମ୍ବ ଦୈାଡ , ବିସ୍କୁଟ ଖିଆ ଇତ୍ୟାଦି ଖେଳ ପ୍ରତି ଯୋଗିତା ଆୟୋଜନ ହୋଇଥିବା ବେଳେ ସନ୍ଧ୍ୟା ରେ ନାଚ ଗୀତ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସୁନୀର ବେହେରା ସଂଯୋଜନା କରିଥିବା ବେଳେ ଆଶିଷ ଦେହୁରୀ ,ମାନସ ଦେହୁରୀ, ସଞ୍ଜୟ ଦେହୁରୀ,ବିରେଶ ବାଘ, ସରୋଜ କାଲୋ,ସଚିନ୍ ଦେହୁରୀ,ସୁଜିତ ବାଘ,ସତ୍ୟପ୍ରିୟ ଧୁରୁଆ,ଅଜୟ ପୁଜାରୀ, ପ୍ରମୁଖ ଖେଳ ପରିଚାଳନା କରିଥିଲେ। ତେବେ ବେଲୁଆମାଲ ଗ୍ରାମ ରେ ଧୂମଧାମରେ ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି।



