Spread the love

ତାଳଚେର ଟ୍ରକ୍ ମାଲିକ ସଂଘ ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡା। ଗୋଟିଏ ପଟେ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନିର୍ବାଚନ ରେ ଯେଉଁ ସଭାପତି ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ,ସେ ପୂର୍ବରୁ ଖଣିରେ ମନମୁତାବକ ଗାଡି ଲୋଡିଙ୍ଗ କରିଆସୁଥିଲେ , ଯାହା ଦ୍ୱାରା ଖଣ୍ଡିକିଆ ଗାଡି ମାଲିକ ମାନେ କୋଇଲା ଲୋଡିଙ୍ଗରୁ ବଞ୍ଚିତ ରହୁଥିଲେ, କିନ୍ତୁ ଏବେ ସେହିପରି ତାଙ୍କର ରାଜୁତି ନଚାଲିବା ଦ୍ୱାରା ଗତକାଲି ସନ୍ଧ୍ୟା ସମୟରେ ତାଙ୍କ ସମର୍ଥକ କିଛି ଗାଡ଼ି ମାଲିକଙ୍କ ସହ ଗୁଣ୍ଡା ଶ୍ରେଣୀ ର ଲୋକଙ୍କୁ ଆଣି ଆମକୁ ଧକ୍କା ମାରିବା ସହ ଚେୟାର ଓ କିଛି ଆସବାବପତ୍ର ଭାଙ୍ଗି ଚୁରମାର କରିଥିଲେ।ଏ ବାବଦରେ ତାଳଚେର ଟ୍ରକ୍ ମାଲିକ ସଂଘ ପକ୍ଷରୁ ତାଳଚେର ଥାନା ରେ ଅଭିଯୋଗ କରିଥିବା ଜଣାଇଥିଲେ। ସେହିପରି ଅନ୍ୟପକ୍ଷରେ ବିରୋଧି ପ୍ରାର୍ଥୀ ଜିତେନ୍ଦ୍ର ଭୂତିଆ ପ୍ରତିକ୍ରିୟା ଦେଇଛନ୍ତି,ଏହା ସଂପୂର୍ଣ୍ଣ ମିଥ୍ୟା ବରଂ ସେମାନେ ନୂତନ ଭାବେ ଦାୟୀତ୍ବ ଗ୍ରହଣ କଲା ପରେ ଏମ୍ ସି ଏଲ ର ଫାଷ୍ଟ କମ୍ ଫାଷ୍ଟ ସର୍ଭିସକୁ ସଂପୂର୍ଣ୍ଣ ଉଲ୍ଲଂଘନ କରି ମନମୁତାବକ ରାଜ୍ ଚଳାଇଛନ୍ତି,ଏ ବାବଦରେ ମୁଁ ଅପୋଜ କରିବା ଦ୍ୱାରା ମୋତେ ଚେୟାରରେ ଆକ୍ରମଣ କରି ମୋ ନାମରେ ମିଥ୍ୟା ଅଭିଯୋଗ ଥାନାରେ ଏତଲା ଦେଇଛନ୍ତି। ତେବେ ଆସନ୍ତୁ କ’ଣ ଉଭୟ ଗୋଷ୍ଠୀର କର୍ମକର୍ତ୍ତା କହିଛନ୍ତି

Visit – Youtube – JAGRAT BHARAT NEWS

Leave a Reply

Your email address will not be published. Required fields are marked *