Spread the love

ଗିରଫ ଦଶଜଣ କୁଖ୍ୟାତ ଡକାୟତଙ୍କୁ ଯୋଡ଼ା ସହରରେ ଚଳାଇ ଚଳାଇ ବୁଲାଇଲା ପୋଲିସ୍

ଆଙ୍କର……ଦଶଜଣ କୁଖ୍ୟାତ ଡକାୟତ ଙ୍କୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯୋଡ଼ା ସହର ବୁଲାଇଲା ପୋଲିସ୍। ସୂଚନା ଅନୁଯାୟୀ ଯୋଡ଼ା ଥାନା ଅନ୍ତର୍ଗତ ରେ ବିଭିନ୍ନ ଡକାୟତ ମାମଲା ରେ ଜଡ଼ିତ 10 ଜଣ କୁଖ୍ୟାତ ଡକାୟତ ଗ୍ୟାଙ୍ଗ କୁ ଗିରଫ କରିଛି ଯୋଡ଼ା ପୋଲିସ । ଆଜି ଏହି ଡକାୟତମାନଙ୍କୁ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ସହର ର ବିଭିନ୍ନ ୱାର୍ଡ ରେ ଚଲେଇ ଚଲେଇ ବୁଲାଇବା ସହ ସହର ପରିକ୍ରମା କରାଇଛି ପୋଲିସ ।ଏହି ହାଡକୋର ଡକାୟତ ମାନେ ଯୋଡ଼ା ବଡ଼ବିଲ ତଥା ଆଖ ପାଖ ଅଞ୍ଚଳରେ ବିଭିନ୍ନ ଡକାୟତି ମାମଲାରେ ରେ ସାମିଲ ଥିବା ଜଣାପଡିଛି ।ଆଜି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପୀଙ୍ଗୁଆ ଙ୍କ ନେତୃତ୍ବରେ ପୋଲିସ ବଳୟ ମଧ୍ୟରେ ଯୋଡାର ପୌରପାଳିକା ର ବିଭିନ୍ନ ଓ୍ବାର୍ଡରେ ପୋଲିସ ରାସ୍ତାରେ ଚଳାଇ ଚଳାଇ ବୁଲାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *