ବିଶ୍ଵ ମାନସିକ ଅନଗ୍ରସର ସ୍ବାସ୍ଥ୍ୟ ଦିବସ ପାଳିତ
ଆଜି ତା – ୧୦.୧୦.୨୦୨୫ ରିଖ ଶୁକ୍ରବାର ଦିନ ଲାଉଲଇ ସ୍ଥିତ ଫିସିଓଥେରାପି ସେଣ୍ଟର ଠାରେ ବିଶ୍ଵ ମାନସିକ ଅନଗ୍ରସର ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଯୋଗ ଦେଇଥିଲେ। ଫିଜିଓଥେରାପିଷ୍ଟ ନିବେଦିତା ନାୟକ, ସାହିଲ ଆଫ୍ରୀଡ, ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ। MR ଦିବ୍ୟାଙ୍ଗ ପିଲା ମାନଙ୍କୁ କୌଣସି କାମରେ ନ ଲଗାଇ, ସେମାନଙ୍କ ଉପରେ ବିରକ୍ତି ନ ହୋଇ ସେମାନଙ୍କର ଉଚିତ୍ ଯତ୍ନ ନେବା ପାଇଁ ନିର୍ଦେଶକ ଟଙ୍କଧର ବାରିକ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସଠିକ୍ ଔଷଧ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯକ୍ରମ ଟିକୁ ପ୍ରିୟ ର ସମସ୍ତ କର୍ମକର୍ତ୍ତା ତଥା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ, ବୈକୁଣ୍ଠନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ, ପ୍ରକାଶ ସାମଲ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

