ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ୮ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳନ ହୋଇଯାଇଛି । ଜିଲ୍ଲାପାଳ ସମ୍ମିଳନୀ କକ୍ଷ, ଅନୁଗୁଳ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରିତିମୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣି, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତିରେଖା ଦତ୍ତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗଦେଇ ମେଦବହୁଳତାର ନା ସମାଧାନ ପାଇଁ ଖାଦ୍ୟରେ ଚିନି, ଲୁଣ ଏବଂ ତେଲର ବ୍ୟବହାର କମ୍ କରିବା, ଆଦ୍ୟ ଶିଶୁ ଙ୍କ ଶୈଶବ ଅବସ୍ଥାରେ ଯତ୍ନ ଓ ଶିକ୍ଷା ଜରିଆରେ ଶୂନରୁ ୩ ବର୍ଷ ଶିଶୁଙ୍କ ବୌଦ୍ଧିକ ବିକାଶକୁ ପ୍ରାଧାନ୍ୟ ଦେବା, ଶିଶୁକୁ ଉତ୍ତମ ପୋଷଣ ସହ ଶିକ୍ଷା ପ୍ରଦାନ କରିବା, ନବଜାତ ଓ ଶିଶୁଙ୍କୁ ଉତ୍ତମ ପୋଷଣ ବି ପଢାଇ ବି ମାଧ୍ୟମରେ ପ୍ରତିଟି ଶିଶୁକୁ ଉତ୍ତମ ପୋଷଣ ସହ ଶିକ୍ଷା ପ୍ରଦାନ କରିବା, ନବଜାତ ଓ ଶିଶୁଙ୍କୁ ଉତ୍ତମ ପୋଷଣ ପ୍ରଦାନ ପାଇଁ ସ୍ତନ୍ୟପାନ ଓ ସଠିକ୍ ଖାଦ୍ୟାଭାଷ ବିଷୟରେ ସଚେତନ କରାଇବା, ଗର୍ଭବତୀ ମା ଓ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ମହିଳାମାନଙ୍କ ସହ ପୁରୁଷ ମାନଙ୍କର ସହଭାଗିତାକୁ ପ୍ରାଧାନ୍ୟ ଦେବା ଆଦି ବିଷୟରେ ଆଲୋଚନା କରିଥିଲେ । ଏଥିରେ ପୋଷଣର ସମସ୍ତ ଷ୍ଟାଫ, ଡିପିସି ମମତା, ହବର ଡିସି ଙ୍କ ସହ ସମେତ ସମସ୍ତ ସିଡିପିଓ, ସୁପର ଭାଇଜର, ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ । ଏହି ପୋଷଣ ମାସରେ ବେଷ୍ଟ ସିଡିପିଓ, ସୂପରର୍ଭାଇଜର ଏବଂ ଜିଲ୍ଲା ସ୍ତର ରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ସମସ୍ତ ସଫଳ ଅର୍ଜନ କରିଥିବା କୃତ୍ତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରୋଫି ପ୍ରଦାନ କରାହୋଇଇଥିଲା । ପରି ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।




