Spread the love

ଜିଲ୍ଲା ସ୍ତରୀୟ “ସୁଶାସନ ଦିବସ ” ପାଳିତ ।ଭାରତରନ୍ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ

ଅନୁଗୋଳ,ତା.୨୫.୧୨:- ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶସକ୍ତ ଭାରତ ଗଠନରେଭାରତରନ୍ ଅଟଳ ବିହ ବିହାରୀ ବାଜପେୟୀ ଛି ବୋଲି କହିଥିଲେ । ଅଟ ଯୟୀଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି କହିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ଜଣେ ବିଚକ୍ଷଣ ଚକ୍ଷଣ ରାଜନେତା ନଥିଲେ ବରଂ ରାଜନୀତିରେ ନୈତିକତା, ସ୍ବଛତା ଏବଂ ଆଦର୍ଶର ଥିଲେ ଜଣେ ପ୍ରତୀକ। ତାଙ୍କ ଶାସନର ମୂଳମନ୍ତ୍ର ଲୋକ ସେବା ଥିଲା ବୋଲି ସେ କହିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ଅନୁଗୋଳ ତହସିଲଦାର ଶ୍ରୀ ଆଲୋକ କୁମାର ଦେହୁରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି ଯୋଗ ଦେଇ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଓ ନୀତି ଆଦର୍ଶ ଆସନ୍ତା ପିଢି ପାଇଁ ପ୍ରେରଣଦାୟକ ହେବ ବୋଲି କହିଥିଲେ ।

ସୁଶାସନ ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନମ୍ ସ୍ମିତା ସାହୁ, ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବିଜୟଲକ୍ଷ୍ମୀ ନିଶାଙ୍କଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ, ଛାତ୍ର ଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *