ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନୁଗୋଳ ଜିଲ୍ଲା ଶାଖାର ପ୍ରଥମ ବୈଠକ ଅନୁଷ୍ଠିତ
ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲା ନାଲକୋନଗରର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନୁଗୋଳ ଜିଲ୍ଲା ଶାଖାର ପ୍ରଥମ ବୈଠକ ଅନୁଷ୍ଠିତ ହୋଯାଇଅଛି। ସଭାପତି ଶ୍ରୀ ସନାତନ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା ସ୍ଥିର ହୋଇଥିଲା। ସଙ୍ଘର ରାଜ୍ୟ ସ୍ତରୀୟ ପ୍ରତିନିଧି ସରୋଜକାନ୍ତ ଜେନା (ବାବୁ ସାର) ଓ ରୁଦ୍ରମୋହନ ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ଡିଜିଟାଲ ମିଡ଼ିଆ ସାମ୍ବାଦିକଙ୍କ ପାଇଁ ଏସ ଅର୍ ବି ଓ ପି ଆର୍ ଦାବିକୁ ଜୋର୍ ଦାର କରିବକୁ ଆହ୍ବାନ କରିଥିଲେ। ଉପସ୍ଥିତ ଅନୁଗୋଳ ଜିଲ୍ଲାର ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ର କାର୍ଯ୍ୟକର୍ତ୍ତା ଓ ସଦସ୍ୟା ମାନେ ଏହାକୁ ସମର୍ଥନ ଜଣାଇଛନ୍ତି। ଡିଜିଟାଲ ସାମ୍ବାଦିକଙ୍କ ପ୍ରତି ନ୍ୟାୟ ଓ ଏ ଅଞ୍ଚଳର ବିକାଶ ଦିଗରେ ପ୍ରୟାସ ଜାରି ରହିବ ବୋଲି ନିଷ୍ପତି ନିଆଯାଇଥିଲା।
ବୈଠକରେ ରାଜ୍ୟ ଉପ ସଭାପତି ସରୋଜ କାନ୍ତ ଜେନା ଓ ରାଜ୍ୟ ସମ୍ପାଦକ ରୁଦ୍ର ମୋହନ ସାହୁ ଓ ସଭାପତିଙ୍କ ବ୍ୟତିତ ସମ୍ପାଦକ ସୁଶୀଲ କୁମାର ଆଇଚ, ଉପ ସଭାପତି ମନୋଜ କୁମାର ସାମଲ, ଗଣେଶ୍ୱର ସାହୁ, ଷୌଭାଗ୍ୟ ନାଏକ, ଅଜୟ କୁମାର ନାଏକ, ମାଗୁଣି ଚନ୍ଦ୍ର ନାଏକ, ପ୍ରସୋନତ ନାଏକ, ସର୍ବେଶ୍ଵର ନାଏକ, ମଦନ ନାଏକ, ଲଲାଟେନ୍ଦୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।



