“ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସଂଗଠିତ ଲଢେଇ ର ଆହ୍ବାନ”

ବରଗଡ:୦୫/୦୪(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ନିୟନ୍ତ୍ରିତ ବଜାର କମିଟି ଅତାବିରା ଠାରେ ଆସନ୍ତା ,୭ତାରିଖ ରେ ହେବାକୁ ଥିବା ବାର୍ଷିକ ସାଧାରଣ ସଭା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଅନୁଷ୍ଠିତ ବୈଠକ ରେ ସଂଗଠନ ର ସଭାପତି ବିରେନ୍ଦ୍ର କର ଙ୍କ ସଭାପତିତ୍ବ ରେ ଉପଦେଷ୍ଟା ଟିକେଲାଲ୍ ମିଶ୍ର,ଭୁବନ ପ୍ରଧାନ,କୁବେର କର୍ଣ୍ଣ ମଞ୍ଛାସିନ ରହି ସଭା ଆରମ୍ଭ ହୋଇଥିଲା।ସଭାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ମଙ୍ଗଳବାର ଦିନ ସ୍ଥାନୀୟ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ପରିସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ବାର୍ଷିକ ସାଧାରଣ ସଭା କରିବା ପାଇଁ ଯାଉଛି।ଏଥିରେ ଅତାବିରା ନିର୍ବାଚନ ମଣ୍ଡଳୀ ବ୍ୟତୀତ,ବରଗଡ଼, ସମ୍ବଲପୁର, ସୋନ ପୁର ଜିଲ୍ଲା ର ଅଗ୍ରଣୀ ଚାଷୀ ସଂଗଠନ ର ମିଳିତ ଭାବେ ଯୋଗ ଦେଇ ଚାଷୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ମତାମତ ଦେଇ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଏହି ସବୁ ବିଷୟରେ ବୈଠକ ଆଲୋଚନା ହେବ ଜଣା ପଡ଼ିଛି।ସ୍ମାର୍ଟ ମିଟର କୁ ବିରୋଧ,କୃଷକ ର ଉନ୍ନତି ଦେଶର ପ୍ରଗତି,ଧାନ ବିକ୍ରି ର ଅସୁବିଧା ସମସ୍ୟା ର ସମାଧାନ,ସମସ୍ତ କୃଷକ ଙ୍କୁ ପେନ୍ ସନ୍ ପ୍ରଦାନ ଓ କୃଷି କ୍ଷେତ୍ର କୁ ବିଦ୍ୟୁତ କରଣ ସମ୍ପୂର୍ଣ ମାଗଣା କରିବା ପାଇଁ ଇତ୍ୟାଦି ଉପରେ ସନ୍ଧ୍ୟାରେ ଏକ ଗଣ ମାଧ୍ୟମ ସମ୍ମିଳନୀ ରେ ପ୍ରକାଶ କରିଥିଲେ।ଏଥିରେ ଅମୂଲ୍ୟ ସ୍ୱାଇଁ,ଦେବେନ୍ ପ୍ରଧାନ,ସଂକ୍ରାନ୍ତି ଭେଙ୍କଟେଶ୍ୱର୍ ରାଓ,ଅରୁଣ ପ୍ରଧାନ,ସମୀର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।



