Spread the love

ଘର ଭିତରୁ ଯୁବକଙ୍କ ସଂଦେହଜନକ ମୃତଦେହ ଉଦ୍ଧାର

ଅନୁଗୋଳ:

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡଶର ଗ୍ରାମ କୁମ୍ଭାର ସାହିରେ ଘର ଭିତରୁ ଯୁବକଙ୍କ ସଂଦେହଜନକ ମୃତଦେହ ଉଦ୍ଧାର କରିଛି ନାଲକୋ ପୋଲିସ। ସୂଚନା ଅନୁଯାୟୀ, କାଣ୍ଡଶର ଗ୍ରାମ କୁମ୍ଭାରସାହିର ଗଦାଧର ମହାନ୍ତିଙ୍କ ପୁଅ ସୁଶିଲ କୁମାର ମହାନ୍ତି (୪୦) ଦୀର୍ଘ ସମୟ ଧରି ଘର ଭିତରେ ଦେଖିବାକୁ ମିଳିନଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଘର ଖୋଲି ଦେଖିବା ପରେ ସେଠାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁଶିଲଙ୍କ ପତ୍ନୀ ବାପଘରକୁ କିଛିଦିନ ଯାଇଥିବାରୁ ସୁଶିଲଙ୍କ ଘର ଲୋକେ ସୁଶିଲଙ୍କ ପତ୍ନୀକୁ ଖବର ଦେଇଥିଲେ।ସୁଶିଲଙ୍କ ପତ୍ନୀ ଶାଶୁଘର ଲୋକଙ୍କଠାରୁ ଖବର ପାଇ ଶାଶୁ ଘରେ ପହଞ୍ଚିଥିଲେ ଏବଂ ଏ ନେଇ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅରିଯୋଗ ପାଇ ନାଲକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ମୃତ୍ୟୁର ସଠିକ୍ କାରଣ ଜାଣିବାକୁ ତଦନ୍ତ ଜାରି ରଖିଛି ନାଲକୋ ପୋଲିସ୍‌

#ମୃତଦେହଉଦ୍ଧାର #ସନ୍ଦେହଜନକମୃତ୍ୟୁ #କ୍ରାଇମନ୍ୟୁଜ #ଓଡ଼ିଶାଖବର #ବ୍ରେକିଙ୍ଗନ୍ୟୁଜ #ସ୍ଥାନୀୟଖବର #ଓଡ଼ିଶା #SuspiciousDeath #BodyRecovered #CrimeNews #OdishaNews #BreakingNews #PoliceInvestigation #LocalNewsOdisha #Odisha

Leave a Reply

Your email address will not be published. Required fields are marked *