“ଗଛ୍ଟେ- ଭବିଷ୍ୟତ୍କେ ସଜ୍ଟେ’ ମାଁ ସେବା ସଂସ୍ଥା ର ବୃକ୍ଷରୋପଣ ପାଇଁ ଅଭିନବ ପ୍ରୟାସ” ବରଗଡ:୧୭/୭/(ପବିତ୍ର ମେହେର) ପରିବେଶ ଚେତନାକୁ ଜାଗ୍ରତ କରିବା ପାଇଁଁ ‘ଗଛ୍ଟେ-ଭବିଷ୍ଯତ୍କେ ସଜ୍ଟେ’ଜିଲ୍ଲାରେ ଥିବା ୧୭୧୨ଟି ସ୍କୁଲ ଓ ୮୪ଟି କଲେଜ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବା ଭଲି ଏକ ଅଭିନବ ପଦକ୍ଷେପର ଶୁଭ ଅନୁକୂଳ ବରଗଡ଼ର ସର୍ବ ପୁରାତନ ଜର୍ଜ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମାଁ ସେବା ସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୋଇ ଓ ବରଗଡ଼ ଧନୁଯାତ୍ରା ମସୋତ୍ସବ ସମିତିର ସଂପାଦକ ସୁରେଶ୍ଵର ସତପଥୀ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଅତିଥିଗଣ...



