ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଟୁକୁର୍ଲାରେ ଗୁରୁଦିବସ ପାଳିତ
ଭଟଲି(ଅଭିମନ୍ୟୁ ପଧାନ ) :-
ସେପ୍ଟେମ୍ବର ୫ ଶନିବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଟୁକୁର୍ଲାରେ ଗୁରୁଦିବସ ପାଳନ କରାଯାଇଛି । ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ । ପ୍ରଥମେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ତାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା। ତାପରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନବୀନ କୁମାର ବର୍ଗେ, ଶ୍ରୀ ସହଦେବ ମେହେର, ଶ୍ରୀ ବ୍ରଜ କୃଷ୍ଣ ମିଶ୍ର, ଶ୍ରୀ ଶ୍ୟାମସୁନ୍ଦର ଭୋଇ ଓ ଶ୍ରୀ କାର୍ତ୍ତିକ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବିଭୂତି ଭୂଷଣ ଦାଶ,ଏସ୍ ଏମ୍ ସି ସଭାପତି ଶ୍ରୀ ଝସକେତନ ଭୋଇ, ସଭ୍ୟ ସଭ୍ୟା, ଶିକ୍ଷକ ସୁଶାନ୍ତ କୁମାର ଦାଶ, ଶିକ୍ଷୟିତ୍ରୀ ଅନୁପମା ମହାନନ୍ଦ, ଜ୍ୟୋତିର୍ମୟୀ ସାହୁ,ଆରତୀ ପଧାନ ଓ ଚିନ୍ମୟୀ ଖମାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।



