ପିଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ଜାତୀୟ ପୋଷଣ ସପ୍ତାହ ଏବଂ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ବରଗଡ: ୦୩/୯ (ପବିତ୍ର ମେହେର): ସ୍ୱାସ୍ଥ୍ୟ ହିଁ ସମ୍ପଦ।ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେଇ ସୁଷମ ଖାଦ୍ୟ ଗ୍ରହଣ କଲେ ଉତ୍ତମ ସ୍ୱାସ୍ଥ୍ୟବସ୍ଥା ବଜାୟ ରହିବ।ତେଣୁ ଏ ଦିଗରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ନିମନ୍ତେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାରେ ଜାତୀୟ ପୋଷଣ ସପ୍ତାହ ପାଳନ ସହ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେଅନୁଷ୍ଠିତ ହୋଇଥିଲା। ଏଥିରେ ଜୁନିଅର୍ ରେଡକ୍ରସ କାଉନସେଲର ସଞ୍ଜୟ ଖମାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ଜାତୀୟ ପୋଷଣ ସପ୍ତାହ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ସ୍ବାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର କାରଣ,ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବରେ ବିପିଏମ୍ ଶିଶିର କୁମାର ପଣ୍ଡା ଓ ଫାର୍ମାସିଷ୍ଟ ଅମିତ କୁମାର ନାଏକ ଯୋଗ ଦେଇ ଉତ୍ତମ ପୋଷକର ଆବଶ୍ୟକତା ସମ୍ପର୍କରେ ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ।ବିଦ୍ୟାଳୟର ଶିକ୍ଷକ ଈଶ୍ୱର ପଧାନ, ଆଶୁତୋଷ ଭୋଇ,ପ୍ରଶାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ରୋଜାଲିନ ଭୋଇ,ଚନ୍ଦ୍ରିକା ଦାଶ ଓ ଲକ୍ଷ୍ମୀବତୀ ଭୋଇ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



