ଭୂବନେଶ୍ୱର, ୧୮/୦୧ : କେନ୍ଦ୍ରାପଡ଼ା କୋର୍ଟ ପରିସରରେ ନାବାଳିକାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟରେ ବଳାତ୍କାର ମାମଲାର ଶୁଣାଣି ବେଳେ ଏପରି ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ବିରୋଧରେ କୋର୍ଟରେ ବାପା ମାଆ ସାକ୍ଷ୍ଯ ପ୍ରଦାନ କରିବାକୁ ବିରୋଧ କରି ବିଷ ପିଇଛନ୍ତି ନାବାଳିକା।ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ଯ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋକ୍ସୋ ଆକ୍ଟରେ କେନ୍ଦ୍ରାପଡ଼ା କୋର୍ଟରେ ମାମଲା ଚାଲିଥିଲା ।...









